Categories: ବାଣିଜ୍ୟ

ପେଟ୍ରୋଲ ଡିଜେଲ ଉପରୁ ଟିକସ କମାଇବା ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ, ୩-୧୨ : ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହେଉଥିବା ଟିକସ ହ୍ରାସ ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ସରକାର ସୋମବାର ସ୍ପଷ୍ଟ କରିଛନ୍ତି। ବିଶ୍ୱର କୌଣସି ବି ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସମୟରେ ଇନ୍ଧନ ଦର ସ୍ଥିର ରହୁ ନ ଥିବା ପାର୍ଲାମେଣ୍ଟ ପ୍ରଶ୍ନକାଳରେ ଏକ ଉତ୍ତର ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହା କହିଛନ୍ତି। ପେଟ୍ରୋଲ, ଡିଜେଲ ଜିଏସ୍‌ଟି ପରିସରକୁ ଆସିବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଏହାକୁ ବର୍ତ୍ତମାନ ଜିରୋ ଟିକସ ସ୍ଲାବରେ ରଖାଯାଇଛି। ଜିଏସ୍‌ଟି ପରିଷଦ ଏହାର ହାର ନିର୍ଦ୍ଧାରଣ କରିବ।

Share