ପେଟ୍ରୋଲରେ ଚାଲୁଛି ସାଇକେଲ: ୧ ଲିଟରରେ ଯାଉଛି ୬୦ କି.ମି.,୨ ମାସରେ ତିଆରି କଲେ ଦୁଇଭାଇ

ପଦ୍ମପୁର, ୧।୧(ଡି.ଏନ୍‌.ଏ.)-ପେଟ୍ରୋଲ ଚାଳିତ ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ୫ମ ଶ୍ରେଣୀ ଛାତ୍ର ଶୁଭମ୍‌ ସୌଭାଗ୍ୟ ଓ ତାଙ୍କ ବଡଭାଇ ଜଗବନ୍ଧୁ। ଦୁଇ ମାସ ମଧ୍ୟରେ ଦୁଇ ଭାଇ ମିଶି ଏହି ସାଇକେଲ ତିଆରି କରିଛନ୍ତି। ଏକ ରେସିଂ ସାଇକେଲରେ ଏକ ୮୦ ସିସିର ଇଞ୍ଜିନ୍‌, ସାଇଲେନ୍‌ସର୍‌, ତେଲଟାଙ୍କି, କ୍ଲଚ୍‌ ଓ ଏକ୍ସିଲେଟର୍‌ ସଂଯୋଗ କରାଯାଇଛି। ପେଟ୍ରୋଲ ଟାଙ୍କି ୨ଲିଟର କ୍ଷମତା ବିଶିଷ୍ଟ ହୋଇଥିବା ବେଳେ ଏହାର ଟପ୍‌ ସ୍ପିଡ ରହିଛି। ଘଣ୍ଟାକୁ ୪୫ କି.ମି. ବେଗରେ ଗଲେ ୧ ଲିଟର ପେଟ୍ରୋଲରେ ସାଇକେଲ ୪୦ରୁ ୪୫ କି.ମି. ଯାଇପାରୁଛି। ଏହାବ୍ୟତୀତ ୨୦ରୁ ୨୫ କି.ମି. ବେଗରେ ଗଲେ ୧ଲିଟର ପେଟ୍ରୋଲରେ ୬୦ କି.ମି. ପର୍ଯ୍ୟନ୍ତ ଯାଇପାରୁଛି। ଏହି ସାଇକେଲ ପେଡାଲ୍‌କୁ ମାରି କ୍ଲଚ ଛାଡ଼ି ଦେଲେ ଇଞ୍ଜିନ ଷ୍ଟାର୍ଟ ହୋଇଯାଉଛି। ଏହାପରେ ଆଉ ପେଡେଲ୍‌ ମାରିବାର ଆବଶ୍ୟକତା ନାହିଁ। ଟାଙ୍କିରୁ ତେଲ ସରିଗଲେ ସାଧାରଣ ସାଇକେଲ ପରି ପେଡାଲ ମାରି ଯାଇହେବ। ଏହି ଇଞ୍ଜିନ ୨ ଷ୍ଟୋକ୍‌ ହୋଇଥିବା ବେଳେ ଏଥିରେ ପେଟ୍ରୋଲ ସାଙ୍ଗରେ ଅଏଲ ମିଶାଇବାକୁ ପଡ଼ୁଛି। ଏହି ସାଇକେଲ ପାଇଁ ଖର୍ଚ୍ଚ ହୋଇଛି ୨୦ ହଜାର ଟଙ୍କା।
ଶୁଭମ୍‌ ସୌଭାଗ୍ୟଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କମାର ଗାଁ ଗ୍ରାମରେ। ସେ ଭଦ୍ରକ ମଇତାପୁରସ୍ଥିତ ରୟାଲ ପବ୍ଲିକ ସ୍କୁଲରେ ପାଠ ପଢନ୍ତି। ପିଲାବେଳୁ ବିଭିନ୍ନ ଯନ୍ତ୍ରଚାଳିତ ଖେଳନା ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା। ପାଠପଢ଼ା ସହ ବିଭିନ୍ନ ଯାନ୍ତ୍ରିକ ଖେଳନା କିଣିବା ଓ ତାକୁ ସଜାଡ଼ିବାରେ ତାଙ୍କର ସମୟ କାଟୁଥିଲେ। ଏବେ ନାବାଳକ ଛାତୀଛାତ୍ରମାନେ ଗାଡି ଚଳାଇ ପାରିବେ ନାହିଁ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ସେ ପେଟ୍ରୋଲ ଚାଳିତ ସାଇକେଲ ତିଆରି କରିବାକୁ ଚିନ୍ତା କଲେ। ସେ ଏ ବିଷୟରେ ତାଙ୍କର ବଡ଼ଭାଇ ଜଗବନ୍ଧୁ ଅଗସ୍ତି ଜଣାଇଲେ। ତାଙ୍କ ବଡ ଭାଇ ଜଣେ ବିଟେକ୍‌ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ସାନଭାଇର ଇଚ୍ଛାକୁ ସଫଳ ରୂପାୟନ ଦେବା ପାଇଁ ବର୍ଷେ ପୂର୍ବରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ଦୁଇଭାଇ ପ୍ରଥମେ ଇଣ୍ଟରନେଟ୍‌ରେ ବିଭିନ୍ନ ବିଭିନ୍ନ ଯନ୍ତ୍ରାଂଶ କିଣି ସାଇକେଲରେ ଲଗାଇଛନ୍ତି। ଏହି ବାଇକ୍‌କୁ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ସବୁବର୍ଗର ଲୋକେ ଚଲାଇପାରିବେ। ଏହି ସାଇକେଲ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁଶନ ବା ଇନ୍‌ସୁରାନ୍ସର ଆବଶ୍ୟକତା ନାହିଁ। କେବଳ ସୁରକ୍ଷା ପାଇଁ ହେଲ୍‌ମେଟ ପିନ୍ଧା ଯାଇପାରିବ। ରାସ୍ତାରେ ସାଇକେଲ ଚାଲୁଥିବା ବେଳେ କ୍ଲଚ୍‌ ଓ ଆଗ ବ୍ରେକକୁ ବ୍ୟବହାର କରି ଚାଳକ ନିଜ ଇଚ୍ଛା ଅନୁସାରେ ଏହାକୁ ରୋକିପାରିବ। ଏଥିରେ ଷ୍ଟାର୍ଟ ପାଇଁ କିକ୍‌ କି ସେଲ୍ଫଷ୍ଟାର୍ଟର ଆବଶ୍ୟକତା ନାହିଁ। ଶୁଭମ୍‌ଙ୍କର ବାପା ନରହରି ଅଗସ୍ତି ଓ ମା ଗୀତାଞ୍ଜଳି ପଣ୍ଡା ଶିକ୍ଷକତା କରୁଥିବା ବେଳେ ଦୁଇପୁଅଙ୍କର ଏଭଳି ଉଦ୍ୟମରେ ଖୁସିବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri