ପୃଥିବୀ ନିକଟରେ ଥିବା ବ୍ଲାକ୍‌ ହୋଲ୍‌ର ମିଳିଲା ସନ୍ଧାନ

ଓ୍ବାଶିଂଟନ,୭।୫: ପୃଥିବୀ ନିକଟରେ ଥିବା ଏକ ବ୍ଲାକ୍‌ ହୋଲ୍‌ର ସନ୍ଧାନ ମିଳିଛି। ଏହା ପୃଥିବୀଠାରୁ ପ୍ରାୟ ୧୦୦୦ ଆଲୋକ ବର୍ଷ ଦୂରରେ ରହିଛି ବୋଲି ୟୁରୋପିଆନ୍‌ ମାହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହା ବ୍ୟାସ ୪୦ କିଲୋମିଟର ବୋଲି ଅନୁମାନ କରାଯାଉଛି। ଏହା ଦକ୍ଷିଣ ଗୋଲାର୍ଦ୍ଧର ଟେଲିସ୍କୋପିୟମ୍‌ ତାରାମଣ୍ଡଳର ଅଂଶବିଶେଷ। ଏହାକୁ ଏଚ୍‌ଆର୍‌-୬୮୧୯ ଭାବେ ନାମିତ କରାଯାଇଛି। ଏହା ନିକଟରେ ଅନ୍ୟ କେତେକ ବ୍ଲାକ୍‌ହୋଲ୍‌ ରହିଛି ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି। ଏହା ସମ୍ପର୍କରେ ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ୍‌ ପତ୍ରିକାରେ ତଥ୍ୟ ପ୍ରକାଶ ପାଇଛି। ଏହାପୂର୍ବରୁ ପୃଥିବୀଠାରୁ ୩୨୦୦ ଆଲୋକ ବର୍ଷ ଦୂରରେ ଥିବା ବ୍ଳାକ୍‌ହୋଲ୍‌ର ସନ୍ଧାନ ମିଳିଥିଲା ବୋଲି ୟୁରୋପିଆନ୍‌ ମହାକାଶ ବିଜ୍ଞାନୀ ଡାଇଟ୍ରିକ୍‌ ବାଡେ କହିଛନ୍ତି। ସୂଚନାଯୋଗ୍ୟ ଆମ ସୌରମଣ୍ଡଳ ରହିଥିବା ଆକାଶଗଙ୍ଗାରେ ପ୍ରାୟ ୧୦୦ ନିୟୁତ ବ୍ଲାକ୍‌ହୋଲ୍‌ ରହିଥିବାର ଅନୁମାନ କରାଯାଉଛି।

Share