Categories: ଫୁରସତ

ପୃଥିବୀର ବୃହତମ ବହି ପୃଷ୍ଠା ଓଲଟାଇବା ପାଇଁ ଲାଗନ୍ତି ୬ ଜଣ

ସିନ୍‌ପେତ୍ରି,୨।୨: ଉତ୍ତର ହଙ୍ଗେରୀରେ ରହିଛି ପୃଥିବୀର ବୃହତମ ବହି। ଏହାର ଓଜନ ୧୪୨୦ କିଲୋଗ୍ରାମ। ବହିର ପୃଷ୍ଠା ଓଲଟାଇବା ପାଇଁ ୬ ଜଣ ଲୋକଙ୍କର ଆବଶ୍ୟକ ହୋଇଥାଏ। ଏହି ବହିର ଲମ୍ବ ୪.୧୮ ମିଟର ଥିବାବେଳେ ଚୌଡ଼ା ୩.୭୭ ମିଟର ରହିଛି। ସ୍ଥାନୀୟ ସିନ୍‌ପେତ୍ରି ଗାଁରେ ବାସ କରୁଥିବା ୭୧ ବର୍ଷ ବୟସ୍କ ବେଲା ବର୍ଗା ଏହାକୁ ତିଆରି କରିଛନ୍ତି। ପାରମ୍ପରିକ ବୁକ୍‌ ବାଇଡିଂ କୌଶଳକୁ ସେ ଏଥିରେ ପ୍ରୟୋଗ କରିଛନ୍ତି। ବହିରେ ୩୪୬ ପୃଷ୍ଠା ରହିଛି। ବହିରେ ପରିବେଶ, ପାଣିପାଗ, ଭୌଗୋଳିକ ସଂରଚନା ଏବଂ ବିଭିନ୍ନ ଗୁମ୍ଫା ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ବହିର ଏକ ଛୋଟ କପି ମଧ୍ୟ ତିଆରି କରାଯାଇଛି। ଏହାର ଓଜନ ୧୧ କିଲୋଗ୍ରାମ ଥିବା ବେଲା କହିଛନ୍ତି।

Share