Categories: ଫୁରସତ

ପୃଥିବୀକୁ ଫେରିଲେ କି ଖଳନାୟକ ଭେନମ୍‌, ଭିଡିଓ ଭାଇରାଲ

ପ୍ରଯୋଜକ ସଂସ୍ଥା ମାର୍ବଲରେ ଅନେକ ସୁପରହିଟ୍‌ ଫିଲ୍ମ ଅଛି, ଯେଉଁଥିରେ ଭେନମ୍‌ ନାମକ ଏକ ଖଳନାୟକ ଚରିତ୍ର ଥିଲା। ଯାହା ଦେଖିବାକୁ କଳା ଏବଂ ବଡ଼ ବଡ଼ ଦାନ୍ତ ଥିଲା। ଏହାକୁ ମାରିଲେ କିମ୍ବା ବ୍ଲେଡ୍‌ରେ କାଟିଲେ ବି କୌଣସିଥିରେ ମରୁ ନ ଥିଲା। ଏହା ପୃଥିବୀ ନୁହେଁ, ଅନ୍ୟ ଗ୍ରହର ଜୀବ ପରି ଦେଖାଯାଏ। ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଅଜବ ଜୀବକୁ ଦେଖିବାକୁ ମିଳିଛି।
ଭାଇରାଲ ହୋଇଥିବା ଏହି ଭିଡିଓକୁ ୨୦ ନିୟୁତ ଥର ଦେଖାଯାଇଛି। ଭିଡିଓଟି ଏପର୍ଯ୍ୟନ୍ତ ଟୁଇଟ୍‌ରରେ ୧୯.୬ ମିଲିୟନ ଥର ୟୁଜର ଦେଖି ସାରିଲେଣି। ଅନେକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ଭେନମ୍‌ ହୋଇପାରେ। ତେବେ ଏହି ଭିଡିଓ ଟୁଇଟର ବ୍ୟତୀତ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ଶେୟାର କରାଯାଇଛି।

୪ ସେକେଣ୍ଡର ଏହି ଭିଡିଓରେ, ଏକ ପଥର ଉପରେ ଅଜବ କଳା ରଙ୍ଗର ତରଳ ଜୀବ ରହିଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଟୁଇଟର ୟୁଜର @Sunnyarkade ପୋଷ୍ଟ କରିଛନ୍ତି। କ୍ୟାପ୍‌ଶନରେ ଲେଖିଛନ୍ତି, ଏହା କ’ଣ କେହି ଜାଣନ୍ତି କି? ଉକ୍ତ ଭିଡିଓଟିକୁ ଦେଖିସାରିବା ପରେ ଅନେକେ କହିଛନ୍ତି ଯେ, ଏହା କ’ଣ ମାର୍ବଲର ଖଳନାୟକ ଭେନମ। ଯିଏ କି ପୁଣି ଥରେ ପୃଥିବୀକୁ ଆସିଗଲେ।

Share