ପୂର୍ବ ଯୋଜନାର ଫଳ ଏମିତି

ସହରାଞ୍ଚଳ ବିକାଶ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରତିବର୍ଷ ମାଳମାଳ ଯୋଜନା ଓ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି। ବିଶେଷକରି ସ୍ବାୟତ୍ତଶାସନ ଦିବସରେ ସର୍ବାଧିକ ପ୍ରକଳ୍ପ ଘୋଷଣା ସହ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବେ ଉଦ୍‌ଘାଟନ ତଥା ଶିଳାନ୍ୟାସ କରାଯାଉଛି। ହେଲେ ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ବହୁ ପ୍ରକଳ୍ପ ଏବେବି ଫଳକରେ ସୀମିତ ରହିଛି। ଶନିବାର ସ୍ବାୟତ୍ତଶାସନ ଦିବସ। ପ୍ରତିବର୍ଷ ଭଳି ବିଏମ୍‌ସି ଏବର୍ଷ ମଧ୍ୟ ସହରବାସୀଙ୍କୁ ଶତାଧିକ ପ୍ରକଳ୍ପ ଭେଟି ଦେଇ ସୁନେଲି ସ୍ବପ୍ନ ଦେଖାଇବ। ହେଲେ ପୂର୍ବର ଫଳ ଆଗାମୀ ଯୋଜନାର ସଫଳତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ସ୍ବେରେଜ ବଢ଼ାଇଛି ଚିନ୍ତା
ରାଜଧାନୀର ତରଳ ବର୍ଜ୍ୟକୁ ବିଶୋଧନ କରିବା ପାଇଁ ‘ଇଣ୍ଟିଗ୍ରଟେଡ୍‌ ସ୍ବରେଜ ସିଷ୍ଟମ’ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ୨୦୧୦ରୁ ରାଜଧାନୀରେ ରାସ୍ତା ଖୋଳାଯାଇ ପାଇପ୍‌ ବିଛାଯିବା ସହ ମ୍ୟାନ୍‌ହୋଲ କରାଯାଉଛି। ୨୦୧୩ରୁ ୪ ସ୍ଥାନରେ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ସେଗୁଡିକ କାର୍ଯ୍ୟକ୍ଷମ ହୋଇପାରିନି। ଅନ୍ୟପକ୍ଷରେ ସହରରେ ମନଇଚ୍ଛା ସ୍ବେରେଜ ଲାଇନ୍‌ ପାଇଁ ୧୦ଫୁଟ ଗଭୀର ଗାତ ଖୋଳି ଛାଡ଼ି ଦିଆଯାଉଥିବାରୁ ମାସ ମାସ ଧରି ଲୋକେ ହଟହଟା ହେବା ସହ ନାନା ଆଶଙ୍କାରେ ରହୁଛନ୍ତି।

ଜଳବନ୍ଦୀ ଯନ୍ତ୍ରଣା
ସାମାନ୍ୟ ବର୍ଷା ହେଲେ ଭୁବନେଶ୍ୱରରେ ପ୍ରତିବର୍ଷ ଜଳବନ୍ଦୀ ସମସ୍ୟା ଉପୁଜୁଛି। ଜାତୀୟ ରାଜପଥଠାରୁ ଆରମ୍ଭ କରି କଲୋନୀ ରାସ୍ତାରେ ବି କାର୍‌ ଭାସିଯାଉଛି। ସହରବାସୀ ଜଳବନ୍ଦୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସହରରେ ୬୭ ଓ୍ବାର୍ଡରେ ୬୫୦ କି.ମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କି.ମିର ମୁଖ୍ୟ ଡ୍ରେନ୍‌ ରହିଛି। ଠିକ୍‌ ଭାବେ ସଫେଇ ଓ ଆବଶ୍ୟକ ସମ୍ପ୍ରସାରଣ ନ ହେବା ଯୋଗୁ ଜଳ ନିଷ୍କାସିତ ହୋଇ ନ ପାରି ସହରକୁ ବୁଡାଉଛି। ଅନ୍ୟପକ୍ଷରେ ମୁକୁଳା ଡ୍ରେନ୍‌ ପ୍ରତିବର୍ଷ ଜୀବନ ନେଉଛି। ଗତ ଜୁଲାଇ ମାସରେ ନୟାପଲ୍ଲୀ ଅଞ୍ଚଳର ବୃଦ୍ଧା ଟି ଆକାମ୍ମା ଭିଲ୍ଲା ଛକରେ ବର୍ଷା ପାଣିରେ ଭାସିଯାଇ ଡ୍ରେନ୍‌ରେ ପଶିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଆବଶ୍ୟକତା ରହିଛି।

ସ୍ମାର୍ଟସିଟିରେ ନଂ.୧, ସ୍ବଚ୍ଛ ସର୍ବେକ୍ଷଣରେ ପଛରେ
ଦେଶରେ ନଂ.୧ ସ୍ମାର୍ଟ ସିଟି ଭାବେ ଭୁବନେଶ୍ୱର ରହିଛି ସତ, କିନ୍ତୁ ସ୍ବଚ୍ଛତା ସର୍ବେକ୍ଷଣରେ ବହୁ ପଛରେ ରହିଛି। କ୍ରମାଗତ ଭାବେ ବିଏମ୍‌ସି ଖରାପ ପ୍ରଦର୍ଶନ କରି ଚାଲିଛି। ଏହି ତାଲିକାରେ ୨୦୧୭ରେ ଭୁବନେଶ୍ୱର ୯୪ତମ ସ୍ଥାନରେ ରହିଥିବାବେଳେ ୨୦୧୮ରେ ୨୧୮ତମ ଓ ୨୦୧୯ରେ ୨୮୮ ତମ ସ୍ଥାନକୁ ଖସି ଆସିଛି। ଲୋକଙ୍କ ମତାମତ, କେନ୍ଦ୍ରୀୟ ଟିମ୍‌ଙ୍କ କ୍ଷେତ୍ର ପରିଦର୍ଶନ, ସାର୍ଟିଫିକେଶନ ଓ ସେବା ସ୍ତରରେ ପ୍ରଗତିକୁ ମାନଦଣ୍ଡ କରି ଏହି ସର୍ବେକ୍ଷଣ କରାଯାଇଥିଲା। ଆଗକୁ ପୁଣି ଏହି ସର୍ବେକ୍ଷଣ ହେବାକୁ ଥିବାରୁ ବିଏମ୍‌ସିକୁ ଏକ୍ଷେତ୍ରରେ ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।
ନାମକୁ ମାତ୍ର ପ୍ଲାଷ୍ଟିକ୍‌ ବ୍ୟାନ୍‌
ଗତବର୍ଷ ଗାନ୍ଧୀ ଜୟନ୍ତୀରୁ ସହରରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ କରାଯାଇଥିଲା। କିଛିଦିନ ଧରି ବ୍ୟାପକ ଚଢ଼ାଉ ଓ ପଦକ୍ଷେପ ନିଆଗଲା। ତା’ରେ ସବୁକିଛି ପୂର୍ବଭଳି ଚାଲିଲା। ମନେ ପଡ଼ିଯିବା ପରେ ଗତ ଜୁନ ଓ ଜୁଲାଇ ମାସରେ ପୁଣି ଚଢାଉ କରାଯାଇଥିଲେ ମଧ୍ୟ ଏହାର କିଛି ବି ଫରକ ପଡ଼ିଲାନି। ଏବେ ବି ବେଧଡ଼କ ନିଷେଧ ପଲିଥିନ ବ୍ୟବହାର ହେଉଛି। ଏଥିଯୋଗୁ ସହରରେ ଆବର୍ଜନା ସମସ୍ୟା ବଢ଼ିବା ସହ ପରିବେଶ ପ୍ରଦୂଷିତ ହେଉଛି।

ସୁଧୁରିଲାନି ବର୍ଜ୍ୟ ପରିଚାଳନା, ଭଙ୍ଗା ଡଷ୍ଟବିନ୍‌ରେ ଚଳୁଛି କାମ
ସହରରେ ଦୈନିକ ୬୦୦ଟନ ଅଳିଆ ଆବର୍ଜନା ବାହାରୁଛି। ପରିଚାଳନା ଭାର ଠିକା ସଂସ୍ଥା ନେଇଛି। ବିଏମ୍‌ସି ଏବାବଦକୁ ବହୁ କୋଟି ଟଙ୍କା ଦେଉଥିଲେ ମଧ୍ୟ ଠିକ୍‌ ତଦାରଖ କରୁ ନ ଥିବାରୁ ଠିକା ସଂସ୍ଥା ମନମୁଖି କାର୍ଯ୍ୟ କରୁଛି। ବିନା ଘୋଡ଼ଣୀରେ ଅଳିଆ ଉଠାଇବା, ଭଙ୍ଗା ଡଷ୍ଟବିନ ବ୍ୟବହାର ଓ ଦୀର୍ଘଦିନ ଅଳିଆ ପଡ଼ି ରହୁଥିବା ଦେଖିବାକୁ ମିଳୁଛି। ଓ୍ବାର୍ଡଗୁଡିକରେ ରଖାଯାଇଥିବା ଡଷ୍ଟବିନଗୁଡ଼ିକର ଦୟନୀୟ ସ୍ଥିତି ଦେଖିଲେ ସହରର ପରିମଳ ବ୍ୟବସ୍ଥାର ଅସଲ ଚେହେରା ବାରିହୋଇପଡୁଛି।
କାର୍ଯ୍ୟରେ ଆସୁନି ଅତ୍ୟାଧୁନିକ ମାଛ, ମାଂସ ମାର୍କେଟ
ଭୁବନେଶ୍ୱରର ବିଭିନ୍ନ ବଜାର ଓ ରାସ୍ତାପାର୍ଶ୍ୱରେ ମାଛ, ମାଂସ କଟାଯାଉଥିବାରୁ ଦୁର୍ଗନ୍ଧ ହେଉଚି। ସହରର ପରିବେଶ ସହ ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବାରୁ ୯କୋଟି ଟଙ୍କା ବ୍ୟୟରେ ଗାଡ଼କଣରେ ଅତ୍ୟାଧୁନିକ ମାଛ, ମାଂସ ମାର୍କେଟ ନିର୍ମାଣ କରାଗଲା। ଇତିମଧ୍ୟରେ ଉଦ୍‌ଘାଟନ ସରିଥିଲେ ମଧ୍ୟ ବ୍ୟବସାୟୀଙ୍କୁ ବଣ୍ଟନ କରାଯାଉ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରିନି।
ଫ୍ରୁଟ ମାର୍କେଟ ଭିତ୍ତିପ୍ରସ୍ତରକୁ ୪ ବର୍ଷ ବିତିଲା
ଫଳ ବ୍ୟବସାୟୀମାନେ ସହରର ରାସ୍ତାକୁ କବ୍‌ଜା କରି ବେପାର କରୁଛନ୍ତି। ଏଠିସେଠି ଫଳ ଆବର୍ଜନା ପକାଇବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ସୁବ୍ୟବସ୍ଥିତ ଫ୍ରୁଟ୍‌ ମାର୍କେଟ ସ୍ଥାପନ ଉଦ୍ଦେଶ୍ୟରେ ୨୦୧୫ରେ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂକୁ ଲାଗି ୩ ମହଲାବିଶିଷ୍ଟ କୋଠା ପାଇଁ ଭିତ୍ତିପ୍ରସ୍ତର ପଡ଼ିଥିଲା। ୬ମାସ ମଧ୍ୟରେ ସାରିବାକୁ କୁହାଯାଇଥିଲେ ମଧ୍ୟ ଏଯାଏ କାର୍ଯ୍ୟକ୍ଷମ ହୋଇପାରିନି।
ବେଆଇନ ପାର୍କିଂରେ ଲାଗିପାରିଲାନି ଅଙ୍କୁଶ
ଏପର୍ଯ୍ୟନ୍ତ ସୁବ୍ୟବସ୍ଥିତ ହୋଇପାରିଲାନି ପାର୍କିଂ ବ୍ୟବସ୍ଥା। ରାସ୍ତା ଉପରେ ରହୁଛି ଗାଡ଼ି। ପୁଣି ବିଏମ୍‌ସି ଲୋଗୋ ବ୍ୟବହାର କରି ବେଆଇନ ପାର୍କିଂ ଫି’ ଆଦାୟ କରାଯାଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ୪ ନମ୍ବର ମାର୍କେଟ, ଅଶୋକ ନଗର, ୟୁନିଟ୍‌-୩, ଜନପଥ, ବାପୁଜୀ ନଗର, ୟୁନିଟ-୫, ରେଳଷ୍ଟେଶନ ସମେତ ବିଭିନ୍ନ ମାର୍କେଟ ନିକଟରେ ବେଆଇନ ପାର୍କିଂସ୍ଥଳ କରାଯାଇ ଲୋକଙ୍କୁ ଶୋଷଣ କରାଯାଉଛି।
ଜବରଦଖଲମୁକ୍ତ ସହର ଉଦ୍ୟମ ଫେଲ୍‌
ସହରର ବହୁ ସରକାରୀ ଜମି ଏବେ ମାଫିଆଙ୍କ କବ୍‌ଜାରେ। ରାତି ପାହିଲେ ବେଆଇନ ନିର୍ମାଣ ଦେଖିବାକୁ ମିଳୁଛି। ବସ୍ତିଠାରୁ ଆରମ୍ଭ କରି ସରକାରୀ କ୍ୱାଟର୍ସ ସବୁଠି ଏବେ ଜବରଦଖଲର ଚିତ୍ର। ଉଚ୍ଛେଦ ପରେ ବି ପୁଣି ଦଖଲ ହେଉଛି। ପରବର୍ତ୍ତୀ ପଦକ୍ଷେପ ନିଆଯାଉ ନ ଥିବାରୁ ଜବରଦଖଲ ବଢ଼ି ଚାଲିଛି। ଅନ୍ୟପକ୍ଷରେ ଉଚ୍ଛେଦ ହେଉଥିବା ବ୍ୟବସାୟୀ ଓ ବସ୍ତବାସିନ୍ଦାଙ୍କୁ ଥଇଥାନ ସମସ୍ୟା ଯୋଗୁ ବିଏମ୍‌ସିର ଜବରଦଖଲମୁକ୍ତ ସହର ଉଦ୍ୟମ ଫେଲ୍‌ ମାରିଛି।

୧ ନଂ. ହାଟ ନବୀକରଣ ପ୍ରହସନ
ରାଜଧାନୀର ସବୁଠାରୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳ ହେଉଛି ୧ ନଂ. ହାଟ। ସ୍ବାୟତ୍ତ ଶାସନ ଦିବସ ପାଖେଇ ଆସିଲେ ହାଟ କଥା ମନେପଡ଼େ। ନୂଆରୂପ ଦେବାକୁ ବହୁ ଯୋଜନା ହୁଏ। ୨୦୧୫ରୁ ୨୦୧୭ ତିନିବର୍ଷ ସ୍ବାୟତ୍ତ ଶାସନ ଦିବସରେ ଏହି ହାଟର ନବୀକରଣ ସହ ମଲ୍ଟି ଫ୍ୟାସିଲିଟି ଉପଲବ୍ଧ ଲାଗି ଯୋଜନା

କୁଆଡ଼େ ଗଲା ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖ ଫୁଟ୍‌ ଓଭରବ୍ରିଜ୍‌
ପ୍ରତିଦିନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରୀ, ଅଭିଭାବକ, ଅଧ୍ୟାପକ ଓ ସାଧାରଣ ଲୋକେ ରାସ୍ତା ଅତିକ୍ରମ କରିଥାନ୍ତି। ତେଣୁ ଏଠାରେ ଫୁଟ୍‌ ଓଭରବ୍ରିଜ୍‌ କରିବା ଲାଗି ୨୦୧୧ ସ୍ବାୟତ୍ତ ଶାସନ ଦିବସରେ ତତ୍‌କାଳୀନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ସଞ୍ଜୀବ ସାହୁ, ଏମ୍‌ପି ପ୍ରସନ୍ନ ପାଟଶାଣୀଙ୍କ ଦ୍ୱାରା ଭିିତ୍ତିପ୍ରସ୍ତର ପଡ଼ିଥିଲା। ୮ବର୍ଷ ବିତିଯାଇଥିଲେ ମଧ୍ୟ କେବଳ ଫଳକରେ ସୀମିତ ରହିଛି ଫୁଟ୍‌ ଓଭରବ୍ରିଜ ଓ ଏବେବି ଛାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ରାସ୍ତା ଅତିକ୍ରମ କରୁଛନ୍ତି। ବିଏମ୍‌ସି ନୀରବଦ୍ରଷ୍ଟା ସାଜିଛି।

ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ କମୁଛି
ଭୁବନେଶ୍ୱରରେ ହୋଲ୍‌ଡିଂ ଟ୍ୟାକ୍ସରେ ବ୍ୟାପକ ଘୋଟାଲା ଦେଖିବାକୁ ମିଳୁଛି। ଟ୍ୟାକ୍ସ ଫାଙ୍କିବା ଅବା ବ୍ୟବସାୟିକ ପ୍ରତିଷ୍ଠାନକୁ ଘରୋଇ ଦର୍ଶାଇ କମ୍‌ ଟ୍ୟାକ୍ସ ଦିଆଯାଉଛି। ଟ୍ୟାକ୍ସ କଲେକ୍ଟରମାନେ ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ବିଏମ୍‌ସି କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି।

ରିପୋର୍ଟ: ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri