ପୂର୍ବରୁ ଏମିତି ଥିଲେ, ଏବେ ବଦଳିଗଲାଣି ଏହି ଅଭିନେତ୍ରୀଙ୍କ ଚେହେରା

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବାବେଳେ ଫ୍ୟାନ୍‌ମାନଙ୍କ ପାଇଁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଛନ୍ତି, ଯାହା ବର୍ତ୍ତମାନର ନୁହେଁ। କିଛିଦିନ ତଳର। ଏଥିରେ ସେ ଖୁବ୍‌ ମୋଟି ଦେଖାଯାଉଛନ୍ତି। ସାରା ଆଜି ଅର୍ଥାତ ବୁଧବାର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଫଟୋଟି ମାଆ ଅମୃତା ସିଂହଙ୍କ ସହିତ ଉଠାଇଛନ୍ତି। ଏଥିରେ ସାରା ଖୁବ୍‌ ମୋଟି ଦେଖାଯାଉଛନ୍ତି। କିନ୍ତୁ ବର୍ତ୍ତମାନ ସାରାଙ୍କ ଚେହେରା ବଦଳି ଯାଇଛି। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ସାରା ଓଜନ କମାଇ ଦେଇଥିଲେ। ଫଟୋ ଦେଖି ୟୁଜରମାନେ କମେଣ୍ଟ ପରେ କମେଣ୍ଟ କରିଚାଲିଛନ୍ତି। ଅନ୍ୟ ୟୁଜରମାନଙ୍କ ଭଳି ସାରାଙ୍କ ଫଟୋରେ ମଧ୍ୟ କାର୍ତ୍ତିକ ଆର୍ଯ୍ୟନ୍‌ କମେଣ୍ଟ କରିବାକୁ ଆଦୌ ଭୁଲିନାହାନ୍ତି।

ସେ ଲେଖିଛନ୍ତି, ଏହି ଝିଅ ସାରାଙ୍କ ପରି ଦେଖାଯାଉଛନ୍ତି। କହିରଖୁଛୁ, କାର୍ତ୍ତିକଙ୍କ ସହିତ ସାରା ରିଲେସନ୍‌ଶିପ୍‌ରେ ରହିଛନ୍ତି। ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଜଣେ ଜଣଙ୍କ ସହିତ ସମୟ କାଟିବା ପାଇଁ ଟିକେ ବି ସୁଯୋଗ ହାତଛଡ଼ା କରୁନାହାନ୍ତି।

Share