Categories: ଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀଙ୍କ ପୁଅ ଗିରଫ

ରାୟପୁର,୩।୯: ଜାଲ୍‌ ପ୍ରମାଣପତ୍ର ମାମଲାରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତଙ୍କୁ ମଙ୍ଗଳବାର ପୋଲିସ ତାଙ୍କ ବାସଭବନରୁ ଗିରଫ କରିଛି। ଅମିତ ପ୍ରମାଣପତ୍ରରେ ନିଜ ଜାତି, ଜନ୍ମସ୍ଥାନ ଏବଂ ତିଥି ଭୁଲ୍‌ ଦେଇଥିବା ଅଭିଯୋଗ ହୋଇଥିଲା। ଗତ ଫେବ୍ରୁଆରୀ ମାସରେ ଧାରା ୪୨୦ ଅନୁଯାୟୀ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସୂଚନାଯୋଗ୍ୟ, ୨୦୧୩ରେ ବିଧାନସଭା ନିର୍ବାଚନବେଳେ ତାଙ୍କ ଜାଲ୍‌ ପ୍ରମାଣ ପତ୍ର ଅଭିଯୋଗ ଆଣିଥିଲେ ଭାଜପା ସମୀର ପାଇକ୍ରା। ଅମିତ୍‌ ନିର୍ବାଚନ ଲଢିବାବେଳେ ନିଜ ଜନ୍ମବର୍ଷ ୧୯୭୮ ଏବଂ ଜନ୍ମସ୍ଥାନ ସାରବହରା ଗୌରେଲା ଦର୍ଶାଇଥିଲେ। କିନ୍ତୁ ପ୍ରକୃତରେ ତାଙ୍କ ଜନ୍ମ ୧୯୭୭ ମସିହା ଆମେରିକାର ଟେକ୍ସାସରେ ହୋଇଥିଲା।

Share