Categories: ଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ନିର୍ବାଚନ କମିଶନରଙ୍କୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ରାଞ୍ଚି,୧୫।୧୧: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ କୋର୍ଟ ଭାରତର ନିର୍ବାଚନ କମିଶନଙ୍କୁ ଏକ ନୋଟିସ ଜାରି କରିଛନ୍ତି। ସୂଚନାଯୋଗ୍ୟ, ୨୦୧୭ରେ ନିର୍ବାଚନ କମିଶନଙ୍କ ଅଯୋଗ୍ୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋଡା ସୁପ୍ରିକୋର୍ଟରେ ଏକ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟର ଆଗାମୀ ଶୁଣାଣି ପର୍ଯ୍ୟନ୍ତ କୋଡାଙ୍କୁ ୨୦୧୯ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି।

Share