ବ୍ରହ୍ମପୁର ଅଫିସ,୧୬ା୧-ଗଜପତି ଜିଲା ବଂଶଧାରା ଓ ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀ ସଂଯୋଗୀକରଣ କରାଯାଉ। ଏହାଦ୍ୱାରା ଦୁଇ ନଦୀ ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ ଏବଂ ଗ୍ରୀଷ୍ମ ଓ ଶୀତଋତୁରେ ଶୁଷ୍କ ହୋଇଯାଉଥିବା ଋଷିକୁଲ୍ୟା ଚିରସ୍ରୋତା ହୋଇପାରିବ। କେବଳ ସେତିକି ନୁହେଁ, ନିଅଣ୍ଟିଆ ଜଳସେଚନ ବ୍ୟବସ୍ଥାରେ ସୁଧାର ଆସିବ ଏବଂ ପିଇବା ପାଣି ସଙ୍କଟର ସମାଧାନ ମଧ୍ୟ ହୋଇପାରିବ। ଏହି ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା । ରାଜ୍ୟ ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଇଛନ୍ତି। ବିଭିନ୍ନ ଯୋଜନା ବାବଦରେ ସରକାର ଶହ ଶହ କୋଟି ଟଙ୍କା ବ୍ୟୟ କରୁଛନ୍ତି। ତେଣୁ ଆନ୍ଧ୍ର ସୀମାନ୍ତର ଉପରୋକ୍ତ ଦୁଇ ଜିଲାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସେ ପରାମର୍ଶ ଦେଇଛନ୍ତି।
ଦୁଇ ନଦୀ ସଂଯୋଗୀକରଣ କରାଗଲେ ଗଜପତି ଜିଲା ମୋହନା ଓ ଆର.ଉଦୟଗିରି ବ୍ଲକ ଅଧୀନ ଅନେକ ଅଞ୍ଚଳର ଚାଷଜମିକୁ ସୁବିଧାରେ ସେଚ ବ୍ୟବସ୍ଥା ଉପଲବ୍ଧ ହେବ। ସେହିପରି ଗଞ୍ଜାମ ଜିଲାର ବଡ଼ଗଡ଼, ସୋରଡ଼ା ଓ ଅନ୍ୟ ଅଞ୍ଚଳ ପାଇଁ ପିଇବା ପାଣି ଏବଂ ଜଳସେଚନ ଲାଗି ବେଶ ସହାୟକ ହୋଇପାରିବ। ଗଜପତି ଜିଲା କାଶୀନଗରରୁ କେନାଲ ଦ୍ୱାରା ବଂଶଧାରା ନଦୀ ପାଣି ଅଣାଯାଇ ଅଡ଼ବା ନିକଟ ପଦ୍ମା ନଦୀରେ ପକାଯିବ। ହରଭଙ୍ଗୀ ଡ୍ୟାମ ପାଣି ବଡ଼ଗଡ଼ ପର୍ଯ୍ୟନ୍ତ ଯାଉଥିବାରୁ ସେହି କେନାଲକୁ ଋଷିକୁଲ୍ୟାକୁ ସଂଯୋଗ କରାଯାଇ ପାରିବ। ଫଳରେ ଗଞ୍ଜାମର ଅନେକ ଅଞ୍ଚଳବାସୀ ଉପକୃତ ହେବେ ଏବଂ ଫସଲ ଉତ୍ପାଦନ ବୃଦ୍ଧି ସହ ହଜାର ହଜାର ଚାଷୀଙ୍କ ଆର୍ଥିକ ବିକାଶ ଘଟିବ।
ପୂର୍ବତନ ବାଚସ୍ପତି କହିଛନ୍ତି, ୧୯୮୫ରୁ ସେ ଏହି ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ। ପରବର୍ତ୍ତୀ ସମୟରେ ଋଷିକୁଲ୍ୟା ସହ ବଂଶଧାରା ଓ ମହାନଦୀ ସଂଯୋଗୀକରଣ ପ୍ରସଙ୍ଗ ଉଠିଲା। ପୂର୍ବ କଂଗ୍ରେସ ଶାସନରେ ଏହା କାର୍ଯ୍ୟକାରୀ ହୋଇ ନ ଥିବା ବେଳେ ବର୍ତ୍ତମାନର ବିଜେଡି ସରକାରଙ୍କ ୨୦ ବର୍ଷର ଶାସନରେ ମଧ୍ୟ ଅଣଦେଖା କରାଯାଇଛି। ନଦୀ ସଂଯୋଗୀକରଣ ଯୋଜନାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିବାକୁ ଦ୍ୟାନ ସାମନ୍ତରା ଗୁରୁତ୍ୱାରୋପ କରିଛନ୍ତି।
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...
ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…
ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...
ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ
ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...
୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...
ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି
ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...
ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍: ଆଉ ତା’ପରେ ଘଟିଗଲା…
ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
Archives


