Categories: ଜାତୀୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜଶେଖରନଙ୍କ ପରଲୋକ

ବେଙ୍ଗାଲୁରୁ,୧୩।୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏମ୍‌.ଭି. ରାଜଶେଖରନଙ୍କର ସୋମବାର ବେଙ୍ଗାଲୁରୁଠାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। କିଛିଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ଉଭୟ ଲୋକ ସଭା ଓ ରାଜ୍ୟ ସଭାର ସଦସ୍ୟ ଭାବେ କାମ କରିଛନ୍ତି। ୨ ସେପ୍ଟେମ୍ବର ୧୯୨୮ରେ ରାମନଗର ଜିଲା ମରାଲଓ୍ବାଡିଠାରେ ଜନ୍ମ ନେଇଥିଲେ ରାଜଶେଖରନ। ତାଙ୍କର ବିୟୋଗରେ କର୍ନାଟକ ଜଣେ ବରିଷ୍ଠ ନେତାଙ୍କୁ ହରାଇଲା ବୋଲି କୁହାଯାଉଛି।

Share