ପୂର୍ବତନ କଂଗ୍ରେସ ଜିଲା ସଭାପତିଙ୍କ ପରଲୋକ

ଭବାନୀପାଟଣା,୧୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରର କଂଗ୍ରେସର ପୂର୍ବତନ ଜିଲା ସଭାପତି ହାଇଦର ଅଲ୍ଲୀ (୭୨)ଙ୍କ ମଙ୍ଗଳବାର ହୃଦ୍‌ଘାତରେ ପରଲୋକ ଘଟିଛି। ମଧ୍ୟାହ୍ନରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବର୍ଗତ ଅଲ୍ଲୀ ୧୯ ବର୍ଷ ଜିଲା କଂଗ୍ରେସର ସଭାପତି ଥିବା ବେଳେ ଅନେକ ବର୍ଷ ଧରି ଜିଲା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟକରି କଂଗ୍ରେସକୁ ଆଗକୁ ନେବାକୁ ସହାୟକ ହୋଇଥିଲେ। ତାଙ୍କ ପରଲୋକରେ ବହୁ ରାଜନେତାଙ୍କ ସହ ଅଞ୍ଚଳବାସୀ ଶୋକ ପ୍ରକାଶ କରିଥିବା ଜଣାପଡ଼ିଛି।