Categories: ବାଣିଜ୍ୟ

ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ,୨୩-୫: ଚଳିତ ଆର୍ଥତ୍କ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ଲାଗି ବିଭିନ୍ନ ଶିଳ୍ପ ସଙ୍ଗଠନ ସହ ଆଲୋଚନା କରାଯାଉଛି। ଜୁଲାଇ ମାସରେ କେନ୍ଦ୍ର ବଜେଟ ଆସିବ। ଅଟୋମୋବାଇଲ ମାନୁଫାକ୍‌ଚରର ସଂଘ ସିଆମ୍‌ର ପ୍ରତିନିଧି ମନ୍ତ୍ରଣାଳୟର ଅଧିକାରୀଙ୍କୁ ବୁଧବାର ଭେଟିଛନ୍ତି। ଅନ୍ୟ ଶିଳ୍ପ ସଂଘଗୁଡିକ ସହ ମଧ୍ୟ ଏପରି ଆଲୋଚନା କରାଯିବ। ଦେଶର ସାଧାରଣ ନିର୍ବାଚନ ଲାଗି ଫେବୃୟାରୀ ୧ରେ ସରକାର ୨୦୧୯-୨୦ ଲାଗି ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। ବଜେଟ ପ୍ରସ୍ତୁତି ଲାଗି ବିଭିନ୍ନ ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗ ପ୍ରତିନିଧିଙ୍କ ଆଲୋଚନା ଶେଷ ହୋଇ ସାରିଛି। ସେହିଭଳି ନିବେଶ ଏବଂ ଅର୍ଥନୈତିକ ବୃଦ୍ଧି ଲାଗି ନୂଆ ସରକାରଙ୍କ ଲାଗି ମନ୍ତ୍ରଣାଳୟ ୧୦୦ ଦିନିଆ ଏଜେଣ୍ଡା ପ୍ରସ୍ତୁତ କରିଛି।

Share