ପୂର୍ଣ୍ଣଚନ୍ଦ୍ରଙ୍କ ‘ନିଶ’ ରଖିବା ସଉକ

କେନ୍ଦୁଝର, ୨୭ା୯ (ସ୍ବ.ପ୍ର.)ସମସ୍ତଙ୍କ କିଛି ନା କିଛି ସଉକ ଥାଏ ା ଏଭଳି ନିଶ ରଖିବା ମଧ୍ୟ ଅନେକଙ୍କ ସଉକ ଥିଲେ ହେଁ ଏକ ଭିନ୍ନ ପ୍ରକାରର ନିଶ ରଖିବା ସଉକ ପୂର୍ଣ୍ଣଚନ୍ଦ୍ର ମହାନ୍ତ(୬୩)ଙ୍କ ରହିଛି ା ପୂର୍ଣ୍ଣଚନ୍ଦ୍ରଙ୍କ ଘର ପାଟଣା ବ୍ଲକ କୋଡ ଖମଣ ଗ୍ରାମ ା ଓଡ଼ିଶା ସ୍ପଞ୍ଜ ଲୁହା କାରଖାନା ଅଧୀନ ବିଲାତି ଓଡ଼ିଶାରେ ସିକ୍ୟୁରିଟି ଇନଚାର୍ଜ ଥାଇ ଅବସର ନେଇ ଏବେ ଘରେ ଅଛନ୍ତି। ଚାକିରି ସମୟରୁ ନିଶ ରଖିବା ତାଙ୍କର ସଉକ ହୋଇଛି ା ଯଦିଓ ହିନ୍ଦୁ ଧର୍ମ ମୁତାବକ ଶୁଦ୍ଧି କାମରେ କାଟିବାକୁ ପଡେ ତେବେ ନିଶ ରଖିବା ନିଶା ଏବେ ମଧ୍ୟ ଛାଡି ନାହାନ୍ତି। ସେ ନିଶରେ ଘିଅ ଲଗାଇ ମାଲିସ କରନ୍ତି। ଯାହା ଫଳରେ ନିଶ ନରମ ରୁହେ ବୋଲି କହିଛନ୍ତି। ତାଙ୍କ ସ୍ତ୍ରୀ ଗୃହିଣୀ ା ପୁଅ ଇଞ୍ଜିନିୟର। ଝିଅ ବିବାହିତା ା ଅବସର ପରେ ଘରେ ଚାଷ ଓ ବାଡିବଗିଚାରେ କାମ କରି ଚଳୁଛନ୍ତି। ଆମ୍ବ ବାଗାନ ରହିଛି ା ସେ ତାଙ୍କ ନିଶର ସାଇଜ ନିଜେ କରନ୍ତି। ଏବେ ତାଙ୍କ ନିଶର ଲମ୍ବ ପ୍ରାୟ ୧ ଫୁଟ ହେବ ା ନ କାଟିଥିଲେ ଏହା ଆହୁରି ବଡ଼ ଥାନ୍ତା ବୋଲି କୁହନ୍ତି। ନିଶ ହେଉଛି ତାଙ୍କର ମର୍ଯ୍ୟାଦାର ପ୍ରତୀକ ା ତାଙ୍କର ପୋଲିସ ବିଭାଗରେ କାମ କରୁଥିବା ସାଙ୍ଗମାନେ ନିଶକୁ ବେଶ୍‌ ପ୍ରଶଂସା କରନ୍ତି। ନିଶ ପାଇଁ ସେ ସବୁଠି ପରିଚିତ। ନିଶ ପାଇଁ ତାଙ୍କୁ ଅନେକେ ରାବଣ ବୋଲି ସମ୍ବୋଧନ କରିଥାନ୍ତି।