ପୂଜା ବେଳେ ବଜ୍ରପାତ: ଜଣେ ମୃତ, ୧୦ ଆହତ

ବାରିପଦା ଅଫିସ,୧୦ା୬- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ନୂଆଗାଁଠାରେ ମଙ୍ଗଳବାର ଅପରାହ୍ନରେ ଲୋକେ ମେଳି ହୋଇ ପୂଜା କରୁଥିବା ବେଳେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ମୃତକ ହେଲେ କୁଅଁରଡିହି ଗ୍ରାମର ନାରାୟଣ ହାଁସଦା(୬୫)।
ସୂଚନା ଅନୁଯାୟୀ, ସାନ୍ତାଳି ସମ୍ପ୍ରଦାୟର ଲୋକେ ନୂଆଗାଁଠାରେ ମେଳିହୋଇ ପୂଜା କରୁଥିଲେ। ଅପରାହ୍ନ ୨ଟା ସମୟରେ ବର୍ଷା ହୋଇଥିଲା। ଏହି ସମୟରେ ସେଠାରେ ବଜ୍ରପାତ ହେବାରୁ ନାରାୟଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉପସ୍ଥିତ ଥିବା ଅନ୍ୟ ୧୦ ଜଣ ଆହତ ହୋଇଥିଲେ। ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଶିର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଝାରପୋଖରିଆ ପୋଲିସ ଓ ସାରସକଣା ତହସିଲଦାର ସତ୍ୟବାନ୍‌ ନାୟକ ଘଟଣାସ୍ଥଳରେ ପହଞ୍ଚିି ସ୍ଥିତି ଅନୁଧ୍ୟାନ କରିଛନ୍ତି।