ପୂଜା ପାଇଁ ଝଲସୁଛି ଆଲୁମିନିୟମ ନଗରୀ

ବଅଁରପାଳ, ୧୭।୯ (ଉପେନ୍ଦ୍ର ରାଉତ)

ଅନୁଗୋଳ ଜିଲା ନାଲ୍‌କୋ ନଗରର ଗଣପର୍ବ ଭାବେ ପରିଚିତ ବିଶ୍ୱକର୍ମା ପୂଜା ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ କଲୋନିବାସୀଙ୍କ ସହ ସମଗ୍ର ନାଲ୍‌କୋ ନଗରରେ ଉତ୍ସାହ ଦେଖାଦେଇଛି। ଚଳିତ ବର୍ଷ ପ୍ରଭୁ ବିଶ୍ୱ ନିର୍ମାତାଙ୍କୁ ଆବାହନ ନିମନ୍ତେ ୨୩ଟି ମଣ୍ଡପ କରାଯାଇଛି। ପାରମ୍ପରିକ ବାଦ୍ୟ ବାଜଣା ସହକାରେ କଳସ ଯାତ୍ରା ପରେ ଠାକୁରଙ୍କ ପୂଜାର୍ଚ୍ଚନା କରାଯିବ।
ଚଳିତ ବର୍ଷ ପଟ୍‌ ଲାଇନ୍ସ, କାଷ୍ଟହାଉସ୍‌-ଏ, କାଷ୍ଟହାଉସ୍‌-ବି, ରୋଡିଂ ଶପ୍‌, ସିପିପି ମେକାନିକାଲ, ସିଏଚ୍‌ପି, ସେଣ୍ଟ୍ରାଲ ଷ୍ଟୋର, ସିଏଣ୍ଡଆଇ, ସିପିପି ଇଲେକ୍ଟ୍ରିକାଲ, ବ୍ୟାଙ୍କି ଫରନେସ୍‌, ରୋଡିଂଶପ୍‌-୨, ନାଲ୍‌କୋ ସିଭିଲ୍‌, ଟୁ-୨୦ କେଭି, ଠିକାଦାର ସଂଘ, ଟ୍ରକ୍‌ ମାଲିକ ସଂଘ ସମେତ ୨୩ଟି ମଣ୍ଡପକୁ ଆଲୋକମାଳାରେ ସାଜସଜ୍ଜା କରାଯାଇଛି। ରଙ୍ଗବେରଙ୍ଗ ତୋରଣରେ ସମଗ୍ର ଆଲୁମିନିୟମ୍‌ ନଗରୀ ନବବଧୂ ପରି ସଜେଇ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନେ ସେମାନଙ୍କ ପସରା ପକାଇ ସାରିଲେଣି। ବିଶେଷକରି ପଲ୍ଲିଶ୍ରୀ ମେଳା, ବିଭିନ୍ନ ଦୋଳି, ମୀନା ବଜାର ପୂଜାର ଅନ୍ୟତମ ଆକର୍ଷଣ ହୋଇଥିବା ବେଳେ ଗୁପ୍‌ଚୁପ୍‌, ଦହିବରା, ଫାଷ୍ଟଫୁଡ୍‌ ଆଦି ଭଳିକି ଭଳି ଖାଦ୍ୟ ଦୋକାନ ବିଭିନ୍ନ ସ୍ଥାନରେ ଖୋଲି ସାରିଲାଣି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ସପ୍ତାହେ ବ୍ୟାପୀ ପୂଜା ଦେଖିବାକୁ ଅନୁଗୋଳ, ଢେଙ୍କାନାଳ ଜିଲା ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ। ଏହାକୁ ଲକ୍ଷ୍ୟ ରଖି ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ୨ ଜଣ ଡିଏସ୍‌ପି, ୪ ଜଣ ଇନ୍ସପେକ୍ଟର, ୧୪ଜଣ ସବ୍‌ଇନ୍ସପେକ୍ଟର, ୨୯ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଓ ୨୦ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ସେହିପରି ୪ଟି ଅସ୍ଥାୟୀ ଫାଣ୍ଡି ସହ ଗୋଟିଏ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଡିଏସ୍‌ପି ଅଶ୍ୱିନୀ ସାହୁ ଓ ନାଲ୍‌କୋ ଥାନା ଅଧିକାରୀ ଗୀତାଞ୍ଜଳି ସାହୁ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିଥିବା ସୂଚନା ମିଳିଛି।

ପରେ ନଜର ରଖିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri