Categories: ଜାତୀୟ

ପୂଜା ପଦ୍ଧତି ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ: ରାଜନାଥ ସିଂ

ନୂଆଦିଲ୍ଲୀ,୧୧।୧୦: ରାଫାଲ ବିମାନ ଗ୍ରହଣ କରିବା ବେଳେ ‘ଶସ୍ତ୍ର ପୂଜା’କୁ ନେଇ ସମାଲୋଚକଙ୍କୁ ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଫ୍ରାନ୍ସରୁ ସ୍ବଦେଶ ଫେରି ରାଜନାଥ କହିଛନ୍ତି, ପୂଜା ପଦ୍ଧତି ଉପରେ ପ୍ରଶ୍ନବାଚୀ ଉଠାଇବା ଠିକ ନୁହଁ। ଏହା ଆମର ବିଶ୍ୱାସ ଏବଂ ପରମ୍ପରା। ତେଣୁ ଏହାକୁ ନେଇ ସମାଲୋଚନା କରିବା ଆଦୌ ଠିକ୍‌ ନୁହେଁ। ସୂଚନାଯୋଗ୍ୟ, ବିଜୟା ଦଶମୀ ଦିନ ଫ୍ରାନ୍ସରେ ରାଫାଲ ବିମାନ ଗ୍ରହଣ କରିବା ବେଳେ ବିମାନରେ ଓଁ ଲେଖିବା ସହ ନଡିଆ ଫୁଲ ଦେଇ ପୂଜା କରିଥିଲେ। ପରେ ଚକ ତଳେ ଲେମ୍ବୁ ରଖାଯାଇଥିଲେ। କଂଗ୍ରେସ ଏହାକୁ ନେଇ ସମାଲୋଚନ କରିଥିଲା। କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ ଲୋକଦେଖାଣିଆ କହିଥିଲେ।

Share