Posted inଖେଳ

ପୁରୁଷ ଦଳକୁ ଅଲିମ୍ପିକ୍ସ ଟିକେଟ

ଭୁବନେଶ୍ୱର, ୨\୧୧(କ୍ରୀଡ଼ା ପ୍ରତିନିଧି)-
ଭାରତୀୟ ମହିଳା ଓ ପୁରୁଷ ହକି ଦଳ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଆଗାମୀ ଅଲିମ୍ପିକ୍ସ ଟୋକିଓଠାରେ ୨୦୨୦ ଜୁଲାଇ ୨୪ରୁ ଅଗଷ୍ଟ ୯ ପଯର୍ୟନ୍ତ ଅନୁଷ୍ଠିତ ହେବ ଶୁକ୍ରବାର ଓ ଶନିବାର ଅନୁଷ୍ଠିତ ମ୍ୟାଚ୍ ଶେଷରେ ଭାରତୀୟ ମହିଳା ଦଳ ଆମେରିକା ବିପକ୍ଷରେ ୬-୫ ଗୋଲରେ ଆଗରେ ରହି ଅଲିମ୍ପିକ୍ସ ଟିକେଟ ପାଇଛି ଦଳ ଶୁକ୍ରବାର ୫-୧ ଗୋଲରେ ବିଜୟୀ ହୋଇଥିବାବେଳେ ଶନିବାର ମ୍ୟାଚ୍ରେ ୧-୪ ଗୋଲରେ ପରାସ୍ତ ହୋଇଥିଲେ ହେଁ କିଛି ଫରକ ପଡ଼ି ନ ଥିଲା ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ ବିପକ୍ଷ ୨ ମ୍ୟାଚ୍ ଶେଷରେ ୧୧-୩ ଗୋଲ ବ୍ୟବଧାନରେ ରୁଷିଆକୁ ପଛରେ ପକାଇ ଅାଗାମୀ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି ଶୁକ୍ରବାର ପ୍ରଥମ ମ୍ୟାଚ୍ରେ ଭାରତ ୪-୨ ଗୋଲରେ ବିଜୟୀ ହୋଇଥିବାବେଳେ ଶନିବାର ଦ୍ୱିତୀୟ ମ୍ୟାଚ୍ରେ ରୂପିନ୍ଦର ପାଲ ସିଂ ଏବଂ ଆକାଶଦୀପ ସିଂଙ୍କ ଡବଲ ଗୋଲ ବଳରେ ରୁଷିଆକୁ ୭-୧ ଗୋଲରେ ପରାସ୍ତ କରିଛି
ଶୁକ୍ରବାର ହାରିଯାଇଥିବାରୁ ରୁଷିଆ ଶନିବାର ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରିଥିଲା ଏଥିରେ ଦଳ କିଛି ପରିମାଣରେ ମଧ୍ୟ ସଫଳ ହୋଇଥିଲା ମ୍ୟାଚ୍ ଆରମ୍ଭର ମାତ୍ର ୨୨ ସେକେଣ୍ଡରେ ଆଲେକ୍ସି ସୋବୋଲେଭସ୍କିି ଏକ ଫିଲ୍ଡଗୋଲ ଦେଇ ରୁଷିଆକୁ ଅଗ୍ରଣୀ କରାଇଥିଲେ ଏଥିରେ ଦଳର ମନୋବଳ ମଧ୍ୟ ବଢ଼ିଥିଲା ପ୍ରଥମ କ୍ବାର୍ଟରରେ ଭାରତ ଗୋଲ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ହେଁ ରୁଷିଆ ଡିଫେଣ୍ଡରମାନେ ତାହା ହେବାକୁ ଦେଇ ନ ଥିଲେ ତେବେ ୨୨ତମ ର୍ୟାଙ୍କ୍ପ୍ରାପ୍ତ ଦଳ ରୁଷିଆ ବିପକ୍ଷରେ ଦ୍ୱିତୀୟ କ୍ବାର୍ଟରରେ ଭାରି ପଡ଼ିଥିଲା ୫ମ ର୍ୟାଙ୍କ୍ଧାରୀ ଭାରତ ୧୭ତମ ମିନିଟରେ ଲଳିତ ଉପାଧ୍ୟାୟ ଫିଲ୍ଡ ଗୋଲ ମାଧ୍ୟମରେ ମ୍ୟାଚ୍କୁ ୧-୧ ସ୍ତରକୁ ନେଇଆସିଥିଲେ ଏହାର ୬ ମିନିଟ ପରେ ଆକାଶଦୀପ ସିଂ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିବାବେଳେ ୨୯ତମ ମିନିଟରେ ସେ ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପାଇଁ ୩ୟ ଗୋଲ ସ୍କୋର କରିଥିଲେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୩-୧ ଗୋଲରେ ଅଗ୍ରଣୀ ରହିଥିଲା
ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତର ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରହିଥିଲା ତୃତୀୟ କ୍ବାର୍ଟରରେ କୌଣସି ଦଳ ଗୋଲ ଦେଇପାରି ନ ଥିଲେ ହେଁ ୪ର୍ଥ କ୍ବାର୍ଟରରେ ଭାରତ ୪ଟି ଗୋଲ ଦେଇଥିଲା ୪୭ତମ ମିନିଟରେ ନୀଳକାନ୍ତ ଶର୍ମା ଏକ ଫିଲ୍ଡ ଗୋଲ ଦେଇ ଭାରତର ଅଗ୍ରଣୀ ବ୍ୟବଧାନକୁ ୪-୧ରେ ପହଞ୍ଚାଇ ଦେଇଥିଲେ ଏହା ଦ୍ୱାରା ରୁଷିଆ ଚାପକୁ ଆସିଯାଇଥିବାରୁ ଏହାର ପୂରା ଫାଇଦା ଉଠାଇଥିଲା ଭାରତ ଖେଳର ଶେଷଭାଗର ହିରୋ ଥିଲେ ଡ୍ରାଗ୍ଫ୍ଲିକର ରୂପିନ୍ଦରପାଲ ସିଂ ସେ ମ୍ୟାଚ୍ର ୪୮ ଓ ୫୯ତମ ମିନିଟରେ ୨ଟି ଗୋଲ ଦେଇଥିଲେ ଶେଷରେ ୬୦ତମ ମିନିଟରେ ଭାରତୀୟ ଦଳର ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ ଏକ ଗୋଲ ଦେଇ ମ୍ୟାଚ୍ର ପରିସମାପ୍ତି ଘଟାଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri