Posted inଖେଳ

ପୁରୁଷ ଦଳକୁ ଅଲିମ୍ପିକ୍ସ ଟିକେଟ

ଭୁବନେଶ୍ୱର, ୨\୧୧(କ୍ରୀଡ଼ା ପ୍ରତିନିଧି)-
ଭାରତୀୟ ମହିଳା ଓ ପୁରୁଷ ହକି ଦଳ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଆଗାମୀ ଅଲିମ୍ପିକ୍ସ ଟୋକିଓଠାରେ ୨୦୨୦ ଜୁଲାଇ ୨୪ରୁ ଅଗଷ୍ଟ ୯ ପଯର୍ୟନ୍ତ ଅନୁଷ୍ଠିତ ହେବ ଶୁକ୍ରବାର ଓ ଶନିବାର ଅନୁଷ୍ଠିତ ମ୍ୟାଚ୍ ଶେଷରେ ଭାରତୀୟ ମହିଳା ଦଳ ଆମେରିକା ବିପକ୍ଷରେ ୬-୫ ଗୋଲରେ ଆଗରେ ରହି ଅଲିମ୍ପିକ୍ସ ଟିକେଟ ପାଇଛି ଦଳ ଶୁକ୍ରବାର ୫-୧ ଗୋଲରେ ବିଜୟୀ ହୋଇଥିବାବେଳେ ଶନିବାର ମ୍ୟାଚ୍ରେ ୧-୪ ଗୋଲରେ ପରାସ୍ତ ହୋଇଥିଲେ ହେଁ କିଛି ଫରକ ପଡ଼ି ନ ଥିଲା ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ ବିପକ୍ଷ ୨ ମ୍ୟାଚ୍ ଶେଷରେ ୧୧-୩ ଗୋଲ ବ୍ୟବଧାନରେ ରୁଷିଆକୁ ପଛରେ ପକାଇ ଅାଗାମୀ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି ଶୁକ୍ରବାର ପ୍ରଥମ ମ୍ୟାଚ୍ରେ ଭାରତ ୪-୨ ଗୋଲରେ ବିଜୟୀ ହୋଇଥିବାବେଳେ ଶନିବାର ଦ୍ୱିତୀୟ ମ୍ୟାଚ୍ରେ ରୂପିନ୍ଦର ପାଲ ସିଂ ଏବଂ ଆକାଶଦୀପ ସିଂଙ୍କ ଡବଲ ଗୋଲ ବଳରେ ରୁଷିଆକୁ ୭-୧ ଗୋଲରେ ପରାସ୍ତ କରିଛି
ଶୁକ୍ରବାର ହାରିଯାଇଥିବାରୁ ରୁଷିଆ ଶନିବାର ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରିଥିଲା ଏଥିରେ ଦଳ କିଛି ପରିମାଣରେ ମଧ୍ୟ ସଫଳ ହୋଇଥିଲା ମ୍ୟାଚ୍ ଆରମ୍ଭର ମାତ୍ର ୨୨ ସେକେଣ୍ଡରେ ଆଲେକ୍ସି ସୋବୋଲେଭସ୍କିି ଏକ ଫିଲ୍ଡଗୋଲ ଦେଇ ରୁଷିଆକୁ ଅଗ୍ରଣୀ କରାଇଥିଲେ ଏଥିରେ ଦଳର ମନୋବଳ ମଧ୍ୟ ବଢ଼ିଥିଲା ପ୍ରଥମ କ୍ବାର୍ଟରରେ ଭାରତ ଗୋଲ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ହେଁ ରୁଷିଆ ଡିଫେଣ୍ଡରମାନେ ତାହା ହେବାକୁ ଦେଇ ନ ଥିଲେ ତେବେ ୨୨ତମ ର୍ୟାଙ୍କ୍ପ୍ରାପ୍ତ ଦଳ ରୁଷିଆ ବିପକ୍ଷରେ ଦ୍ୱିତୀୟ କ୍ବାର୍ଟରରେ ଭାରି ପଡ଼ିଥିଲା ୫ମ ର୍ୟାଙ୍କ୍ଧାରୀ ଭାରତ ୧୭ତମ ମିନିଟରେ ଲଳିତ ଉପାଧ୍ୟାୟ ଫିଲ୍ଡ ଗୋଲ ମାଧ୍ୟମରେ ମ୍ୟାଚ୍କୁ ୧-୧ ସ୍ତରକୁ ନେଇଆସିଥିଲେ ଏହାର ୬ ମିନିଟ ପରେ ଆକାଶଦୀପ ସିଂ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିବାବେଳେ ୨୯ତମ ମିନିଟରେ ସେ ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପାଇଁ ୩ୟ ଗୋଲ ସ୍କୋର କରିଥିଲେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୩-୧ ଗୋଲରେ ଅଗ୍ରଣୀ ରହିଥିଲା
ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତର ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରହିଥିଲା ତୃତୀୟ କ୍ବାର୍ଟରରେ କୌଣସି ଦଳ ଗୋଲ ଦେଇପାରି ନ ଥିଲେ ହେଁ ୪ର୍ଥ କ୍ବାର୍ଟରରେ ଭାରତ ୪ଟି ଗୋଲ ଦେଇଥିଲା ୪୭ତମ ମିନିଟରେ ନୀଳକାନ୍ତ ଶର୍ମା ଏକ ଫିଲ୍ଡ ଗୋଲ ଦେଇ ଭାରତର ଅଗ୍ରଣୀ ବ୍ୟବଧାନକୁ ୪-୧ରେ ପହଞ୍ଚାଇ ଦେଇଥିଲେ ଏହା ଦ୍ୱାରା ରୁଷିଆ ଚାପକୁ ଆସିଯାଇଥିବାରୁ ଏହାର ପୂରା ଫାଇଦା ଉଠାଇଥିଲା ଭାରତ ଖେଳର ଶେଷଭାଗର ହିରୋ ଥିଲେ ଡ୍ରାଗ୍ଫ୍ଲିକର ରୂପିନ୍ଦରପାଲ ସିଂ ସେ ମ୍ୟାଚ୍ର ୪୮ ଓ ୫୯ତମ ମିନିଟରେ ୨ଟି ଗୋଲ ଦେଇଥିଲେ ଶେଷରେ ୬୦ତମ ମିନିଟରେ ଭାରତୀୟ ଦଳର ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ ଏକ ଗୋଲ ଦେଇ ମ୍ୟାଚ୍ର ପରିସମାପ୍ତି ଘଟାଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri