ପୁରୁଷୋତ୍ତମପୁର ଏନ୍‌ଏସିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୫ ଚିହ୍ନଟ

ପୁରୁଷୋତ୍ତମପୁର,୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଆଜି ଗୋଟିଏ ଦିନରେ ଏହି ଏନ୍‌ଏସିରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୨ ଜଣ ଚିହ୍ନଟ ହୋଇ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ରାତିରେ ୩ ଜଣଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାକୁ ନେଇ ଏନ୍‌ଏସି ନିର୍ବାହୀ ଅଧିକାରୀ ଏ. ନାଗେଶ୍ବର ରାଓ ସେମାନଙ୍କୁ ତତ୍‌କ୍ଷଣାତ୍‌ ଚିକିତ୍ସା ନିମନ୍ତେ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି। ଏହା ସହ ପଜିଟିଭ୍‌ ଚିହ୍ନଟ ଅଞ୍ଚଳରେ ସାନିଟାଇଜ୍‌ କରାଯାଇଛି।