Categories: ଫୁରସତ

ପୁରୁଷବନ୍ଧୁଙ୍କୁ ଡେଟିଂରୁ ଜାଣନ୍ତି ଯୁବତୀ

ନିଜର ଗର୍ଲଫ୍ରେଣ୍ଡକୁ ଡେଟିଂରେ ନେଇ ଯାଉଥିବା ଯୁବକମାନେ ବହୁ ବିଷୟରେ ସତର୍କ ରହିବା ଆବଶ୍ୟକ। ବିଶେଷକରି ଯେତେବେଳେ ବିଲ୍‌ ପଇଠ କରିବାର ସମୟ ଆସୁଛି ସେତେବେଳେ ସାମାନ୍ୟ ଅସତର୍କତା ହୁଏତ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ। ନିକଟରେ ଏକ ଅଧ୍ୟୟନରୁ ଏ ବିଷୟ ଜାଣିବାକୁ ମିଳିଛି। ଡେଟିଂରେ ଯାଉଥିବା ଯୁବତୀମାନେ ଜାଣିବାକୁ ଚାହାନ୍ତି ଯେ, ସେମାନେ ଯେଉଁ ଯୁବକକୁ ଜୀବନ ସାଥୀ କରିବାକୁ ଯାଉଛନ୍ତି ସେମାନଙ୍କ ଚରିତ୍ର କିପରି। ସେ ଭବିଷ୍ୟତରେ ତାକୁ କିଭଳି ରଖିବ। ବିଶେଷକରି ଯଦି ଜଣେ ଯୁବକ ବିଲ୍‌ ଦେବାବେଳେ ବିଲ୍‌କୁ ଶେୟାର କରିବାକୁ ଚାହୁଁଥାଏ, ତା’ହେଲେ ସେମାନେ ତା’ପରେ ସେହି ଯୁବକ ସହିତ ଡେଟିଂ କରି ନ ଥାନ୍ତି। ସେମାନେ ଜାଣିଯାଆନ୍ତି ଯେ, ଯୁବକଟି ନିଜର ପକେଟ୍‌କୁ ଯେତେ ଭଲ ପାଉଛି ସେତିକି ତା’ର ଗର୍ଲଫ୍ରେଣ୍ଡକୁ ଭଲ ପାଉନାହିଁ। ପୁଣି ଭବିଷ୍ୟତରେ ହୁଏତ ସେ ତା’ର ଅର୍ଥରେ ଚଳିବା ପାଇଁ ଚାହିଁପାରେ ନ ହେଲେ ତା’ର ଅର୍ଥନୈତିକ ସ୍ବାଧୀନତା ଉପରେ ହସ୍ତକ୍ଷେପ କରିପାରେ ବୋଲି ଯୁବତୀର ଧାରଣା ହୋଇଯାଏ। ଆଉ ଯୁବତୀଜଣକ ସେଇଠୁ ହିଁ ସମ୍ପର୍କ ଶେଷ କରିଦେଇଥାନ୍ତି। ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଏଭଳି ଏକ ନିଷ୍କଷର୍ର୍ ମିଳିଛି।

Share