ପୁରୁଣା ବାରିପଦା କଲେଜରେ ଉତ୍ତେଜନା

କୁଆମରା ୪।୨(ଡିଏନଏ)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କୁ ନେଇ କଲେଜର ସୋମବାର ପୁଣି ବିବାଦୀୟ ପରିସ୍ଥିତି ଦେଖାଦେଇଛି। ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୧୮ ତାରିଖରେ ଜଣେ ଦ୍ବିତୀୟ ବର୍ଷର ଛାତ୍ର ଟିସି ନେବା ଘଟଣାରେ କଲେଜ ପରିସରରେ ଅଧ୍ୟକ୍ଷ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୁମୁଳ କାଣ୍ଡ ଘଟିଥିଲା। ଫଳରେ ଅଧ୍ୟକ୍ଷ ସାହୁଙ୍କୁ ପଦବୀରୁ ହଟାଇବା ପାଇଁ ଛାତ୍ରଛାତ୍ରୀମାନେ କଲେଜ ଗେଟରେ ତାଲା ପକାଇବା ସହ ଧାରଣାରେ ବସିଥିଲେ। ଏହି ଘଟଣାରେ ଅଧ୍ୟକ୍ଷଙ୍କ ନାମରେ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଥିଲା। ଶେଷରେ ଦୀର୍ଘ ୧୮ ଦିନ ପରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଆଗରେ ପରିଚାଳନା କମିଟି ମୁଣ୍ଡ ନୁଆଁଇବା ସହ ଅଧ୍ୟକ୍ଷଙ୍କୁ ପଦବୀରୁ ହଟାଇବାକୁ ବାଧ୍ୟ ହୋଇଥିଲା। ନଭେମ୍ବର ୫ରେ ମହାବିଦ୍ୟାଳୟର ସ୍ବାଭାବିକ ପରିସ୍ଥିତି ଫେରିବା ସହ ଅନନ୍ତ ପ୍ରସାଦ ବେହେରାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷେ ପୂର୍ବତନ ଅଧ୍ୟକ୍ଷ ସାହୁ ଛୁଟି ନେଇ ରହିଥିଲେ। ତେବେ ଗତ ୨୪ ତାରିଖରେ ସରକାର ସମସ୍ତ କଲେଜର ପରିଚାଳନା କମିଟି ଭାଙ୍ଗି ଦେଇ ଥିବା ବେଳେ ୨୩ ତାରିଖରେ ଉକ୍ତ କଲେଜର ପରିଚାଳନା କମିଟି ଚଞ୍ଚକତା କରି ସାହୁଙ୍କୁ ପୁଣି ଅଧ୍ୟକ୍ଷ ପଦ ପ୍ରଦାନ କରିଥିଲେ। ତେବେ ସୋମବାର ପୂର୍ବତନ ଅଧ୍ୟକ୍ଷ ସାହୁ କଲେଜକୁ ଆସିଥିବା ବେଳେ ଛାତ୍ରୀଛାତ୍ର ଓ ଅଭିବାବକ ଏକାଠି ହୋଇ ତାଙ୍କୁ ବିରୋଧ କରିଥିଲେ। ଗଣ୍ଡଗୋଳ ଆଶଙ୍କା କରି ସାହୁ ଦିନ ତମାମ କାର୍ଯ୍ୟାଳୟ ମଧ୍ୟରୁ ବାହାରି ନ ଥିଲେ। ଖବରପାଇ ଖୁଣ୍ଟା ଥାନା ପୋଲିସ ପହଞ୍ଚି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ। ଶେଷରେ ଛାତ୍ରୀଛାତ୍ର ଓ ଅଭିବାବକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଜଣାଇବା ପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ସଂକଳ୍ପ ସ୍ବସ୍ତିକ ସାହୁ ପହଞ୍ଚି ଆଲୋଚନା କରିଥିଲେ। ଉପଜିଲାପାଳ ଘଟଣାର ଆଲୋଚନା କରି ସମାଧାନ ନ କରିବା ପର୍ଯ୍ୟନ୍ତ ପୂର୍ବତନ ଅଧ୍ୟକ୍ଷ ସାହୁ କଲେଜକୁ ନ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏ ନେଇ ସାହୁଙ୍କୁ ପଚାରିବାରୁ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିବା ବେଳେ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବେହେରା ଏ ଘଟଣା ସମ୍ପର୍କରେ କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri