ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୁଆମରା,୧୯ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଜଣେ ଛାତ୍ର ଟିସି ନେବା ଘଟଣାକୁ ନେଇ କଲେଜ ପରିସରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ପୋଲିସ ପହଞ୍ଚିି ପରସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ସୂଚନା ଅନୁଯାୟୀ, ଯୁକ୍ତ ତିନି ଦ୍ବିତୀୟ ବର୍ଷର ଜଣେ ଛାତ୍ର ୨୦୧୮ରେ ଉକ୍ତ କଲେଜରେ ନାମ ଲେଖାଇ ଥିଲେ। ତେବେ ଏଠାରେ ପାଠ ପଢ଼ା ଓ ଯିବା ଆସିବାରେ ଅସୁବିଧା ଯୋଗୁଁ ଚଳିତ ବର୍ଷ ସେ ଟିସି ନେବାକୁ ଚାହିଁଥିଲେ। ଛାତ୍ରଙ୍କ କହିବା ଅନୁଯାୟୀ ସେ ଗତ ମାସରେ କଲେଜକୁ ଆସି ତାଙ୍କର କଲେଜ ଫି କେତେ ବୋଲି ଦାୟିତ୍ୱରେ ଥିବା ଜଣେ କିରାଣୀଙ୍କୁ ପଚାରିବାରୁ ସେ ୫ହଜାର ୫ ଶହ ଟଙ୍କା କହିଥିଲେ। ଶୁକ୍ରବାର ଛାତ୍ର ଜଣକ ଟଙ୍କା ନେଇ କଲେଜ ଆସି ଟିସି ଦେବାକୁ କହିଥିଲେ। ମାତ୍ର କିରାଣୀ ଜଣକ ତାଙ୍କୁ ୭ ହଜାର ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଛାତ୍ରଙ୍କୁ ନେଇ କିରାଣୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ୩ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ବଢିଥିଲା। ଏହି ଘଟଣାକୁ ନେଇ ଛାତ୍ରୀଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀଛାତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ହୋହଲ୍ଲା କରିଥିଲେ। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଖୁଣ୍ଟା ଥାନା ଆଇଆଇସି ନବକୃଷ୍ଣ ନାଏକ, ସେକେଣ୍ଡ ଅଫିସର ସୌମ୍ୟ ରଞ୍ଜନ ଭୋଳଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଉତ୍ତେଜିତ ଛାତ୍ରୀଛାତ୍ରମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଛାତ୍ରଛାତ୍ରୀଙ୍କ ଦାବିକୁ ଅଧ୍ୟକ୍ଷ ମାନିନେବା ପରେ ଗେଟ ତାଲା ଖୋଲିଥିଲା। ।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri