Categories: ବାଣିଜ୍ୟ

ପୁରୀ-ହବିବଗଞ୍ଜ-ପୁରୀ ଟ୍ରେନର ମିଳିତ ବଗି ସଂଯୋଗ

ଭୁବନେଶ୍ୱର,୨୧-୫ : ଯାତ୍ରୀଙ୍କୁ ଉନ୍ନତ ସେବା ଯୋଗାଣ କରିବା ଲକ୍ଷ୍ୟରେ ରେଲଓ୍ବେ ପକ୍ଷରୁ ପୁରୀ-ହବିବଗଞ୍ଜ-ପୁରୀ ମଧ୍ୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନରେ ମିଳିତ ବଗି ସ୍ଥାୟୀ ସଂଯୋଗ କରାଯାଇଛି। ଗୋଟିଏ ଏସି ପ୍ରଥମ ଶ୍ରେଣୀ ଓ ଦ୍ୱିତୀୟ ଶ୍ରେଣୀରେ ଏହି ବଗି ସଂଯୋଗ ହୋଇଛି। ଏହା ହବିବଗଞ୍ଜରୁ ଚଳିତ ମାସ ୨୧ରୁ ଏବଂ ୨୨ରୁ ପୁରୀଠାରୁ ଗୋଟିଏ ଏସି ପ୍ରଥମ ଶ୍ରେଣୀ ଏବଂ ଦ୍ୱିତୀୟ ଶ୍ରେଣୀର ମିଳିତ ବଗିର ସ୍ଥାୟୀ ସଂଯୋଗ ସହ ଚଳାଚଳ କରିବ। ନୂଆ ମିଳିତ ଏସି ବଗିର ସ୍ଥାୟୀ ସଂଯୋଗ ପରେ ଏହା ବାଦ ଟ୍ରେନରେ ଗୋଟିଏ ଏସି ଟାୟାର ୨, ଚାରିଟି ଏସି ୩ ଟାୟାର, ୧୧ଟି ସ୍ଲିପର କ୍ଲାସ, ୨ଟି ଦ୍ୱିତୀୟ ଶ୍ରେଣୀ, ଦୁଇଟି ଗାର୍ଡ ଏବଂ ଲଗେଜ ଭ୍ୟାନ ସହିତ ସମୁଦାୟ ୨୧ଟି କୋଚ ସହ ଚଳାଚଳ କରିବ।
୨୧, ୨୫ରେ ବାତିଲ ରହିବ ପୁରୀ-କାମାକ୍ଷା ଏକ୍ସପ୍ରେସ
ସେହିଭଳି ସୁରକ୍ଷା ସମ୍ବନ୍ଧୀୟ ଆଧୁୁନିକୀକରଣ କାର୍ଯ୍ୟ ପାଇଁ ଉତ୍ତର ସୀମାନ୍ତ ରେଳପଥ ଦ୍ୱାରା କାମାକ୍ଷାରୁ ପୁରୀ ଯାତ୍ରା କରୁଥିବା ୨ଟି ଟ୍ରେନ ପ୍ରତ୍ୟେକ ଗୋଟିଏ ଦିନ ଲାଗି ବାତିଲ ରହିବ। ପୁରୀଠାରୁ ଛାଡୁଥିବା ପୁରୀ-କାମାକ୍ଷା ଏକ୍ସପ୍ରେସ ଚଳିତ ମାସ ୨୧ ଏବଂ ୨୫ ତାରିଖରେ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Share