ପୁରୀ ସେବା ସମିତିର ବସନ ସେବା: ବସ୍ତ୍ର ପାଇ ଖୁସିରେ ଫେରିଲେ ୨ ବନ୍ଧୁ

ପୁରୀ ଅଫିସ,୨ା୧: ନୂତନ ବର୍ଷ ଅବସରରେ ପୁରୀ ସେବା ସମିତି ପକ୍ଷରୁ ମରିଚିକୋଟ ସ୍ଥିତ କାର୍ଯ୍ୟାଳୟ ଆଗରେ ବସନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବହୁ ଗରିବ, ଅସହାୟ ବ୍ୟକ୍ତିଙ୍କୁ ପ୍ୟାଣ୍ଟସାର୍ଟ, ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ତେବେ ସୁବର୍ଣ୍ଣପୁରରୁ ଆସିଥିବା ଦୁଇଜଣ ବନ୍ଧୁ ବେଳାଭୂମିରେ ନିଜ ବସ୍ତ୍ର, ଟଙ୍କା, ବ୍ୟାଗ ହରାଇ ବୁଲୁଥିବାବେଳେ ବସନ ସେବାରୁ ପିନ୍ଧିବା ଲାଗି ପୋଷାକ ପାଇ ଖୁସି ହୋଇଥିଲେ। ଉଭୟଙ୍କ ଆଖିରୁ ଆନନ୍ଦାଶ୍ରୁ ଝରି ପଡ଼ିଥିଲା। ସମିତିର ସହସମ୍ପାଦକ ସୌମେନ୍ଦ୍ର ଦାସ କହିଛନ୍ତି, ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ବସ୍ତ୍ର ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ଲାଗି ଯୋଜନା କରାଯିବ। ଗୁରୁଦତ୍ତ ମହାନ୍ତି, ଜିତେନ୍ଦ୍ର ବାରିକ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସଚ୍ଚିନନ୍ଦନ ଦାଶ, ଶ୍ରୀକାନ୍ତ ପଣ୍ଡା, ଦେବେନ୍ଦ୍ର ନନ୍ଦ, ସତ୍ୟକାମ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ।