ପୁରୀ ସୁରକ୍ଷା ମଞ୍ଚ-ପ୍ରଶାସନ ଆଲୋଚନା ବିଫଳ

ପୁରୀ ଅଫିସ, ୫ା୯: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଅଶାନ୍ତ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ପ୍ରଶାସନର ଉଚ୍ଛେଦ ଅଭିଯାନକୁ ବିରୋଧ କରି ମେଳି ବାନ୍ଧୁଛନ୍ତି ମଠ ମହନ୍ତ, ଦୋକାନୀ ଏବଂ କ୍ଷତିଗ୍ରସ୍ତ। ପ୍ରାଥମିକ ପର୍ଯ୍ୟାୟରେ ୭୫ ମିଟର ପରିଧି ମଧ୍ୟରେ ଥିବା ମଠ ଉଚ୍ଛେଦ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଲଙ୍ଗୁଳି ମଠ ଏବଂ ଏମାର ମଠ ଭଙ୍ଗାଯାଇଥିବା ବେଳେ ଏବେ ବଡ଼ ଆଖଡ଼ା ଉଚ୍ଛେଦକୁ ନେଇ ପ୍ରତିବାଦ ତୀବ୍ର ହୋଇଛି। ଆଗକୁ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ଭଙ୍ଗାଯିବା ନେଇ ସର୍ଭେ ଚାଲିଛି। ଏହି ଉଚ୍ଛେଦକୁ ବିରୋଧ କରିଛି ପୁରୀ ସୁରକ୍ଷା ମଞ୍ଚ। ବୁଧବାର ସୁରକ୍ଷା ମଞ୍ଚର ୧୫ଜଣିଆ ପ୍ରତିନିଧି ଦଳ ଏବଂ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଏହି ଆଲୋଚନା ବିଫଳ ହୋଇଛି। ଉଚ୍ଛେଦ ବନ୍ଦ କରିବା ଲାଗି ସୁରକ୍ଷା ମଞ୍ଚର ଦାବିକୁ ଜିଲାପାଳ ବଲୱନ୍ତ ସିଂ ପ୍ରତ୍ୟାଖ୍ୟାନ କରିଛନ୍ତି। ଫଳରେ ଆଗକୁ ଏହି ଅସନ୍ତୋଷ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି। ତେବେ ପୁରୀ ସହରବାସୀଙ୍କ ସ୍ବାର୍ଥ, ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ମଞ୍ଚ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏପରି କି ଆବଶ୍ୟକ ପଡ଼ିଲେ ସେମାନେ ବୁଲ୍‌ଡୋଜର ଆଗରେ ଧାରଣା ଦେବେ ବୋଲି କହିଛନ୍ତି।
ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ୧୫ଜଣିଆ ପ୍ରତିନିଧି ଦଳ ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ। ବର୍ତ୍ତମାନର ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବା ଲାଗି ସେମାନେ ପ୍ରଥମ ଦାବି ରଖିଥିଲେ। ଏଥିସହ ଆଗ ଥଇଥାନ ପରେ ଉଚ୍ଛେଦ ଭଳି ଏକାଧିକ ଦାବି ଉପସ୍ଥାପନ କରିଥିଲେ। କେତେକ ସଦସ୍ୟ କହିଥିଲେ ପୁରୀର ଅଧିକାଂଶ ପରିବାରର ଜମିପଟ୍ଟା ତାଙ୍କ ନାମରେ ନାହିଁ। ସେମାନେ ମଠ ମହନ୍ତଙ୍କଠାରୁ ଦଲିଲ କରି ଜାଗା କିଣି ଘର କରିଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମ୍‌କୋର୍ଟ ମଠ ସମ୍ପତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବୋଲି ରାୟ ଦେବା ପରେ ସମ୍ପୃକ୍ତ ବ୍ୟକ୍ତିମାନେ ଏ ପର୍ଯ୍ୟନ୍ତ ଜମିପଟ୍ଟା ପାଇପାରିନାହାନ୍ତି। ଯେଉଁଥିପାଇଁ ପୁରୀ ସହରରେ ଭୂ ସମ୍ପତ୍ତି ସୁରକ୍ଷା ପରିଷଦ ଏବଂ ସଦରରେ ଆଞ୍ଚଳିକ ଭୂ ସମ୍ପତ୍ତି ସୁରକ୍ଷା ପରିଷଦ ଆନ୍ଦୋଳନ ଚଳାଇଛି। ତେଣୁ ୭୫ ମିଟର ମଧ୍ୟରେ ଏମିତି ପରିବାର ଥିଲେ କ୍ଷତିପୂରଣ ଟଙ୍କା କିଏ ପାଇବ ବୋଲି ପ୍ରଶ୍ନ କରିଥିଲେ। ଅନ୍ୟ ଜଣେ ସଦସ୍ୟ କହିଥିଲେ, ନବକଳେବର ସମୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଲାଗି ଥିବା ମୋର ଘର ଭାଙ୍ଗିଦିଆଗଲା। ସେତେବେଳେ ପ୍ରଶାସନ ଥଇଥାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ମୋତେ ଥଇଥାନ କରାଗଲାନାହିଁ। ବର୍ତ୍ତମାନ କିପରି ପ୍ରଶାସନକୁ ଆଉ ଭରସା କରିବୁ ବୋଲି ସେ ଜିଲାପାଳଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ଘୋଷଣା ହୋଇଥିବା ପ୍ୟାକେଜକୁ ନେଇ କେତେଜଣ ଅଭିଯୋଗ ଉଠାଇଥିଲେ। ଜିଲାପାଳ ସମସ୍ତଙ୍କ କଥା ଶୁଣିଥିଲେ ମଧ୍ୟ ଉଚ୍ଛେଦ ବନ୍ଦ ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ। ବିଧାୟକ ଷଡ଼ଙ୍ଗୀ କହିଛନ୍ତି, ଜିଲାପାଳ ପର୍ଯ୍ୟାୟକ୍ରମେ କ୍ଷତିଗ୍ରସ୍ତ ଜନସାଧାରଣ, ମଠ ମହନ୍ତ, ବ୍ୟବସାୟୀ ସମସ୍ତଙ୍କ ଅଭିଯୋଗ ଶୁଣିବେ। ସମସ୍ତଙ୍କୁ ସୁହାଇଲା ଭଳି ଯାହା ପଦକ୍ଷେପ ନେବେ। ମଞ୍ଚ ଆବାହକ ଦାମୋଦର ପ୍ରଧାନୀ କହିଛନ୍ତି, ଆମେ ପ୍ରଥମେ ଉଚ୍ଛେଦ ବନ୍ଦ ପାଇଁ ଦାବି କରିଥିଲୁ। କିନ୍ତୁ ଜିଲାପାଳ ଏହାକୁ ଅଗ୍ରାହ୍ୟ କରି
ଉଚ୍ଛେଦ…
ଦେଇଛନ୍ତି। କେବଳ ମଠର ବିଜେସ୍ଥଳୀ ଓ ଗାଦିଘରକୁ ବାଦ୍‌ ଦେଇ ମଠର ବ୍ୟବସାୟିକ କୋଠାକୁ ଭଙ୍ଗାଯିବ। ଏଥିରେ ଆମେ ସନ୍ତୁଷ୍ଟ ହୋଇନାହୁଁ। ୨୦୧୫ରେ ଉଚ୍ଛେଦ ସମୟରେ ଯେଉଁମାନଙ୍କର ଜାଗା ଯାଇଥିଲା ସେମାନେ ଏ ପର୍ଯ୍ୟନ୍ତ ଜାଗା ପାଇନାହାନ୍ତି। ତେଣୁ ପୁନର୍ବାର ବୈଠକ କରି ଦରକାର ପଡ଼ିିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ। ଯଦି ପ୍ରଶାସନ ଉଚ୍ଛେଦ ଜାରି ରଖେ ତେବେ ବୁଲ୍‌ଡୋଜର ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବୁ।
ଅନ୍ୟପକ୍ଷରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ଆଲୋଚନା ବେଳେ ୭୫ ମିଟର ଭିତରେ କ’ଣ କ’ଣ କରାଯିବ ତା’ର ବ୍ଲୁ ପ୍ରିଣ୍ଟ ସମ୍ପର୍କରେ ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା କିପରି ରହିଛି ତାହା ପ୍ରତିନିଧି ଦଳ ବୁଝିଥିଲେ। ୨୦୧୫ରେ ଅନେକ ଲୋକଙ୍କ ଜମି ସରକାର ନେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନେ ଟଙ୍କା ପାଇ ନ ଥିବା କେତେକ ଲୋକ ଅଭିଯୋଗ କରିଥିଲେ। ତେବେ ବର୍ତ୍ତମାନ ଯେଉଁ ଉଚ୍ଛେଦ ଚାଲିଛି ତାହାକୁ ବନ୍ଦ କରିବା ଲାଗି ସେମାନେ କହିଥିଲେ। କିନ୍ତୁ ଏହା ସମ୍ଭବ ନୁହେଁ, ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏହା କରାଯାଉଛି। ୭୫ ମିଟର ପରିଧି ମଧ୍ୟରେ ଯେତେ ମଠ ଆସିବ ସେ ସବୁର ବିଜେସ୍ଥଳୀ, ଗାଦିଘରକୁ ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ କରାଯିବ। କିନ୍ତୁ ମଠରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଥିବା ନିର୍ମାଣ ଭଙ୍ଗାଯିବ। ବର୍ତ୍ତମାନ ଅସୁରକ୍ଷିତ କୋଠା ଭଙ୍ଗାଯାଉଛି, ଭବିଷ୍ୟତରେ ଅନ୍ୟଗୁଡ଼ିକ ଭଙ୍ଗାଯିବ। ୭୫ ମିଟର ମଧ୍ୟରେ ଅସୁରକ୍ଷିତ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri