ପୁରୀ ପୋଲିସକୁ ଅପରାଧୀଙ୍କ ଚାଲେଞ୍ଜ: ବଟି ନ ଦେବାରୁ ଘରେ ପଶି ଦମ୍ପତିଙ୍କୁ ହାଣିଲେ

ପୁରୀ ଅଫିସ, ୬।୧୦: ପାର୍ବଣ ପୂର୍ବରୁ ପୁରୀ ହେବ ଅପରାଧମୁକ୍ତ। ପୁରୀ ସହରରେ ହେବ ଅପରାଧ କ୍ଲିନ ଡ୍ରାଇଭ ଅପରେଶନ ଏଭଳି ଯୋଜନା କରିଥିଲା ପୁରୀ ପୋଲିସ। ମାତ୍ର ପୋଲିସକୁ ଖାତିର ନ କରି ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି ଅପରାଧୀ। ଦାଦାବଟି ନ ଦେବାରୁ ୩ଜଣ ଯୁବକ ଶନିବାର ଘରେ ପଶି ଦମ୍ପତିଙ୍କୁ ହାଣିଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦମ୍ପତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଦମ୍ପତି ହେଲେ ଶରତ ଚନ୍ଦ୍ର ମିଶ୍ର ଏବଂ ସୁସ୍ମିତା ରଥ। ଶନିବାର ଅପରାହ୍ନ ସାଢେ ୪ଟା ସମୟରେ ସଦର ଥାନା ଅନ୍ତର୍ଗତ ମଙ୍ଗଳାଘାଟ ଗୋଲାସାହିରେ ଏହି ଘଟଣା ଘଟିଛି। ଏନେଇ ସଦର ଥାନାରେ ଶରତ ଲିଖିତ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ପ୍ରକାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦମ୍ପତି ପୋଲିସ ହେଲ୍‌ପ ଲାଇନ ନଂ ୧୦୦କୁ ଡାଏଲ କରିଥିଲେ। ତିନିଥର ଫୋନ୍‌ ରିଙ୍ଗ ହୋଇଥିବାବେଳେ କେହି ରିସିଭ କରି ନ ଥିଲେ। ଚତୁର୍ଥ ଥର କଲ ରିସିଭ କରିଥିଲେ ମଧ୍ୟ ପୋଲିସ ତାଙ୍କୁ ସହଯୋଗ କରିବା ପରିବର୍ତ୍ତେ ଓଲଟି ୧୦୮ ଆମ୍ବୁଲାନ୍ସକୁ କଲ କରି ମେଡିକାଲକୁ ଚିକିତ୍ସା ପାଇଁ ଯିବାକୁ ପରାମର୍ଶ ଦେଇଥିଲା। ପରେ ଘଟଣା କ’ଣ ହୋଇଛି ଦେଖିବା କହି ଫୋନ କାଟି ଦେଇଥିଲେ ବୋଲି ଦମ୍ପତି ଗଣମାଧ୍ୟମ ଆଗରେ କହିଛନ୍ତି। ବାସେଳି ସାହି ଓ ସଦର ଥାନା ପୋଲିସ ମେଡିକାଲରେ ପହଞ୍ଚତ୍ ଦମ୍ପତିଙ୍କ ସହ ଆଲୋଚନା କରିଛନ୍ତି। ଶନିବାର ଅପରାହ୍ନରେ ଶରତ ଘରେ ବସି ଟିଭି ଦେଖୁଥିଲେ। ସୁସ୍ମିତା ରୋଷେଇ କରୁଥିଲେ। ଏହି ସମୟରେ ୩ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ମୁହଁରେ କପଡା ବାନ୍ଧି ଘରେ ପଶିଥିଲେ। ଶରତଙ୍କୁ ୨୦ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ସେ ଦେବାକୁ ମନା କରିବାରୁ ଖଣ୍ଡାରେ ମୁଣ୍ଡକୁ ଚୋଟ ପକାଇବା ବେଳେ ସେ ବାମହାତ ଦେଖାଇଦେଇଥିଲେ। ପରେ ସେ ତଳେ ପଡିଯିବା ପରେ ତାଙ୍କ ଦୁଇହାତକୁ ଚୋଟ ପରେ ଚୋଟ ମାରିଥିଲେ। ଚିତ୍କାର ଶୁଣି ସସ୍ମିତା ଦୌଡି ଆସିବାରୁ ଦୁର୍ବୃତ୍ତମାନେ ତାଙ୍କ ଦୁଇ ହାତକୁ ମାରଣାସ୍ତ୍ରରେ ହାଣିଥିଲେ। ପରେ ଘରେ ଥିବା ସମସ୍ତ ଆସବାବପତ୍ର ଫିଙ୍ଗାଫୋଫଡା କରି ଚାଲିଯାଇଥିଲେ। ବଟି ନ ଦେଲେ, ଦମ୍ପତିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଥିଲେ ବୋଲି ଶରତ ଗଣମାଧ୍ୟମକୁ କହିଛନ୍ତି। ଏ ସମ୍ପର୍କରେ ସଦର ଥାନାଧିକାରୀ ଦେବାଶିଷ ମିଶ୍ର କୁହନ୍ତି, ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଥିଲେ। ପୋଲିସ ହେଲ୍‌ପ ଲାଇନ ନମ୍ବରରେ ଫୋନ କରିବା ପରେ କୌଣସି ସହଯୋଗ ନ ମିଳିବା ଅଭିଯୋଗ ନେଇ ଏସ୍‌ପି ଉମାଶଙ୍କର ଦାଶ କୁହନ୍ତି, ସେଭଳି କୌଣସି ଅଭିଯୋଗ ମୋର ହସ୍ତଗତ ହୋଇନି। ଅଭିଯୋଗ ହେଲେ ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri