ପୁରୀ ଉନ୍ନତୀକରଣ ପଛର କାହାଣୀ କହିଲେ ପାଣ୍ଡିଆନ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପୁରୀ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ମନ୍ଦିର ଚତୁର୍ପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଘର ଏବଂ ଦୋକାନ ଉଚ୍ଛେଦ କରାଯାଉଛି। ତେବେ ହଠାତ୍‌ କାହିଁକି ପୁରୀ ପାଇଁ ଏତେ ବଡ ଘୋଷଣା ହୋଇଥିଲା ସେନେଇ ସମସ୍ତେ ପ୍ରଶ୍ନ ଉଠାଇଥିଲେ ମଧ୍ୟ କାରଣ ଜଣାପଡି ନ ଥିଲା। ମାତ୍ର ଏବେ ପୁରୀର ବିକାଶ ପଛର ପ୍ରକୃତ କାରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ବସିଥିବା ପୁରୀ ସମ୍ପର୍କିତ ବୈଠକରେ ପାଣ୍ଡିଆନ କହିଛନ୍ତି, ୨୦୧୬ ଜାନୁୟାରୀ ସମୟର କଥା। ସମସ୍ତେ ଜାଣନ୍ତି ପ୍ରତ୍ୟେକ ଥର ନୂଆବର୍ଷ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିଥାଆନ୍ତି। ୨୦୧୬ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ପୁରୀ ଯିବା ସମୟରେ ସେ ମଧ୍ୟ ସାଙ୍ଗରେ ଗାଡି ପଛରେ ବସି ଯାଉଥିଲେ। ନୂଆବର୍ଷ ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ବହୁତଗୁଡିଏ ହୋର୍ଡିଂ ଲାଗିଥାଏ। ହୋର୍ଡିଂଗୁଡିକରେ ଜଗନ୍ନାଥଙ୍କ ଫଟୋ ମଧ୍ୟ ଥାଏ। ସେହି ସମୟରେ ଦେଖିଲି ରାସ୍ତାରେ ଥିବା ହୋର୍ଡିଂ ଯେଉଁଥିରେ ଜଗନ୍ନାଥଙ୍କ ଫଟୋ ଅଛି ସବୁଗୁଡିକୁ ଦେଖି ମୁଖ୍ୟମନ୍ତ୍ରୀ ହାତ ଯୋଡି ପ୍ରାର୍ଥନା କରୁଥିଲେ। ଏହାପରେ ଜଗନ୍ନାଥଙ୍କୁ ଦର୍ଶନ ସମୟରେ ନିଆରା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପାଇଲି। ଶେଷରେ ଫେରିବା ସମୟରେ ଏ ସମ୍ପର୍କରେ ତାଙ୍କ ସହ କଥା ହୋଇଥିଲେ। ଜଗନ୍ନାଥ ମନ୍ଦିର ପାଇଁ କିଛି ଭଲ କଲେ ଭଲ ହୁଅନ୍ତା ବୋଲି କହିଥିଲି। ସେଇଠୁ ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ୨୦୧୬ ଜାନୁୟାରୀ ପ୍ରଥମ ସପ୍ତାହରେ ପୁରୀର ଜେଲ ସ୍ଥାନାନ୍ତର ପାଇଁ ଘୋଷଣା କରାଗଲା। ସମସ୍ତେ ଆଶ୍ଚର୍ଯ୍ୟ ହେଲେ ହଠାତ୍‌ କାହିଁକି ଏମିତି ନିଷ୍ପତ୍ତି ନିଆଗଲା। ଏତେ ପୁରୁଣା ଜେଲ୍‌ କାହିଁକି ହଠାତ୍‌ ସ୍ଥାନାନ୍ତର ହେବ ବୋଲି ଏଡିଜି(ଜେଲ୍‌) ବହୁତ ଥର ମନାକଲେ। ଏହାପରେ ସଙ୍ଗେସଙ୍ଗେ ପ୍ରୋଜେକ୍ଟ ଘୋଷଣା ହେଲା। ଯଥାଶୀଘ୍ର ନୂତନ ଜେଲ୍‌ ନିର୍ମାଣ କରାଯାଇ ପୁରୁଣା ଜେଲ୍‌ ଭଙ୍ଗାଗଲା। ସେହି ସମୟରେ କେହି ଜାଣି ନ ଥିଲେ ଏହା କାହିଁକି ସ୍ଥାନାନ୍ତର କରାଯାଉଛି, ଏବେ ସମସ୍ତେ ଜାଣୁଛନ୍ତି ବୋଲି ପାଣ୍ଡିଆନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri