ପୁରୀରେ ପୋକ୍ସୋ କୋର୍ଟ ଉଦ୍‌ଘାଟିତ: ବିଚାର ହେବ ଯୌନ ନିର୍ଯ୍ୟାତନା ମାମଲା

ପୁରୀ ଅଫିସ,୨୮।୨: ନାବାଳିକା ଓ ନାବାଳିକଙ୍କୁ ଯୌନ ଶୋଷଣ ମାମଲାର ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଶୁକ୍ରବାର ପୁରୀ ଜିଲା କୋର୍ଟ ପରିସରରେ ପୋକ୍ସୋ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଜିଲା ଜର୍ଜ ବିଦ୍ୟୁତ୍‌ କୁମାର ମିଶ୍ର ଉପସ୍ଥିତ ହୋଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ପୋକ୍ସୋ ସମ୍ପର୍କିତ ମାମଲାର ବିଚାର ଲାଗି ଜଣେ ବିଚାରପତି ନିଯୁକ୍ତ ହୋଇଛନ୍ତି। ଯୌନ ନିର୍ଯ୍ୟାତନା ମାମଲା ଏହି କୋର୍ଟରେ ବିଚାର କରାଯିବ ବୋଲି ଜିଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଅମରେଶ ମହାପାତ୍ର କହିଛନ୍ତି।