ପୁରୀରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଦିବାନା ବେହେରା ଗୁରୁତର; ପାଲଟା ଆକ୍ରମଣରେ ପୋଲିସ ଆହତ

ପୁରୀ ଅଫିସ,୨୫।୮: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ଆଶ୍ରମ ଛକରେ ଶନିବାର ବିଳମ୍ବିତ ରାତିରେ କୁମ୍ଭାରପଡା ଓ ବାସେଳି ସାହି ଥାନା ପୋଲିସ ପକ୍ଷରୁ ମିଳିତ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଏକାଧିକ ମାମଲାରେ ଜଡିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଗୋଖା ସାହିର ଦିବାନା ବେହେରା ପୋଲିସ ଗୁଳିରେ ଆହତ ହୋଇଛନ୍ତି। ଗୁଳି ତାଙ୍କ ଡାହାଣ ଆଣ୍ଠୁ ତଳେ ବାଜିଥିବା ବେଳେ ତାଙ୍କୁ ପ୍ରଥମେ ପୁରୀ ସଦର ଚିକିତ୍ସାଳୟ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ତାଙ୍କ ନିକଟରୁ ଏକ ବାଇକ, ୯ ଏମ୍‌ଏମ୍‌ ପିସ୍ତଲ, ଖୋକା ଜବତ କରିଛି। ପାଲଟା ଆକ୍ରମଣରେ ବାସେଳି ସାହି ଥାନା ପୋଲିସ ଜୀବନାନନ୍ଦ ଜେନା ଆହତ ହୋଇଛନ୍ତି। ଦିବାନା ବାସେଳି ସାହି ଥାନାରେ ରୁଜୁ ହୋଇଥିବା ଏକ ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ, ପିଟି ଦେଲା ହାଇଓ୍ବା: ଚାଲିଗଲା ମ୍ୟାନେଜରଙ୍କ ଜୀବନ…   

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ଗ୍ରାମ ନିକଟରେ ହାଇୱା ଟ୍ରକ (ନଂ. ଓଡ଼ି ୩୨ ଏଲ – ୧୧୦୭) ଧକ୍କାରେ ଜଣେ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ଗଞ୍ଜାମ ନଗର ସଭାପତି ପରେ ଛାତ୍ର-ଯୁବ ସଭାପତିଙ୍କ ଉପରେ ସମସ୍ତଙ୍କ ନଜର, ଲବିରେ ମନୋଜ ପ୍ରଧାନ

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ବିଜୁ ଜନତା ଦଳର ଗଞ୍ଜାମ ଏନ୍‌ଏସି ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।ସୁଧୀର…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଦୀପକ ହେଲେ ଦିଗପହଣ୍ଡି ନଗର କଂଗ୍ରେସ ସଭାପତି, ଛୁଟିଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ନଂ ୱାର୍ଡର କାଉନସିଲର ଦୀପକ କୁମାର ମିଶ୍ରଙ୍କୁ ନଗର କଂଗ୍ରେସ କମିଟିର ସଭାପତି ରୂପେ ନିଯୁକ୍ତ କରାଯାଇଛି।…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri