Categories: ଭଦ୍ରକ

ପୁରସ୍କୃତ ରାଶିକୁ ପ୍ରଦାନ କଲେ ଅଙ୍ଗନଓ୍ବାଡି କର୍ମୀ

ବନ୍ତ,୫।୫(ଡି.ଏନ୍‌.ଏ.)-କରୋନା ଲଢେଇରେ ଅଙ୍ଗନୱାଡି କର୍ମୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଏହି ଘଡିସନ୍ଧି ମୂହୁର୍ତ୍ତରେ ନିଜର ପୁରସ୍କୃତ ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରି ନିଜର ମହନୀୟତା ଦେଖାଇଛନ୍ତି ଜଣେ ଅଙ୍ଗନୱାଡି କର୍ମୀ ା ଭଦ୍ରକ ଜିଲା ବନ୍ତ ବ୍ଲକ ପାନପଦୀ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ପୂର୍ଣ୍ଣପ୍ରଭା ରାଉଳ ା ଗତ ମାର୍ଚ୍ଚ ୮ରେ ଆନ୍ତର୍ଜାତୀୟ ମହିଳା ଦିବସରେ ଭଦ୍ରକ ଜିଲା ତରଫରୁ ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଠାରୁ ମାନପତ୍ର ଓ ଉପଢୌକନ ସହ ୧୦ ହଜାର ଟଙ୍କା ପୁରସ୍କୃତ ରାଶି ପାଇଥିଲେ ା ଉକ୍ତ ପୁରସ୍କୃତ ରାଶିକୁ ସେ ବିଡିଓ ରେବେକା ବିଲୁଙ୍ଗଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ା ଏସମୟରେ ସିଡିପିଓ ରେଣୁକା ଦାଶ, ସୁପରଭାଇଜର ସୁଶ୍ରୀ ସଙ୍ଗୀତା, ପ୍ରିତିଲତା, ବନ, ବିପିସି ଚୀରଞ୍ଜୀବ ଦାସ, ଅଙ୍ଗନୱାଡି କର୍ମୀ ସ୍ବାଗତିକା ନାୟକ, ସୁଜାତା ସ୍ବାଇଁ ଉପସ୍ଥିତ ଥିଲେ ା ସେହିପରି ସେ ନିଜେ ତିଆରି କରିଥିବା ବହୁତ ଗୁଡିଏ ମାସ୍କକୁ ଅସହାୟ ଲୋକମାନଙ୍କୁ ବଣ୍ଟନ କରିଛନ୍ତି ା ଅଙ୍ଗନୱାଡି କର୍ମୀଙ୍କର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ା