ପୁଣେରେ ସଂକ୍ରମିତ ଦମ୍ପତି ହେଲେ ସୁସ୍ଥ

ମୁମ୍ବାଇ,୨୬ା୩: ବିଶ୍ୱବ୍ୟାପୀ କରୋନା ପ୍ରଭାବରେ ଲୋକେ ଆତଙ୍କିତ ଥିବାବେଳେ ଗୁଡ଼ି ପଡ଼ଓ୍ବାରେ ମହାରାଷ୍ଟ୍ରକୁ ଏକ ଖୁସି ଖବର ମିଳିଛି। ମହାରାଷ୍ଟ୍ରର ପୁଣେରେ ପ୍ରଥମ କରୋନା ସଂକ୍ରମିତ ଦମ୍ପତି ଠିକ ହୋଇଯାଇଛନ୍ତି। ଏଥିଲାଗି ଉଭୟଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରିଦିଆଯାଇଛି। ଏହି ଦମ୍ପତି ନାଇଡ଼ୁ ହସ୍ପିଟାଲରେ ଗତ ୧୪ ଦିନ ହେଲା ଚିକିତ୍ସିତ ହେଉଥିଲେ। ଏବେ ସେମାନେ ପୂରାପୂରି ସୁସ୍ଥ ଥିବାବେଳେ ୧୫ ଦିନ ପର୍ଯ୍ୟନ୍ତ ତାଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ମୁମ୍ବାଇ ହସ୍ପିଟାଲରୁ ଆଉ ୮ଜଣଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ତେବେ ସୂଚନା ଅନୁଯାୟୀ ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ସଂଖ୍ୟା ସବୁଠୁ ଅଧିକ। ୧୧୨ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିବାବେଳେ ୪ଜଣଙ୍କ ମୃତ୍ୟୁ ହୋଇଯାଇଛି। ବୁଧବାର ସାଙ୍ଗଲିର ଗୋଟିଏ ପରିବାରରେ ୫ଜଣ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

Share