ପୁଣେରୁ ଆଉ ଜଣେ ଗିରଫ

ଭୁବନେଶ୍ୱର,୨।୭(ସୂର୍ଯ୍ୟକାନ୍ତ ବେହେରା)ପାକିସ୍ତାନ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ(ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଆଉ ଜଣେ ଅଭିଯୁକ୍ତଙ୍କୁ ମହାରାଷ୍ଟ୍ରର ପୁଣେରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଅଭିଜିତ ସଞ୍ଜୟ ଜାମ୍ବୁର। ସେ ଏକ ସଫ୍ଟୱେର କମ୍ପାନୀର କର୍ମଚାରୀ ବୋଲି ଶନିବାର ଏସ୍‌ଟିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଭିଜିତଙ୍କୁ ଜୁନ ୨୯ତାରିଖ ଗୁରୁବାର ପୁଣେରୁ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ପରେ କୋର୍ଟଙ୍କ ଅନୁମତିରେ ତାଙ୍କୁ ତିନିଦିନିଆ ଟ୍ରାନ୍‌ଜିଟ ରିମାଣ୍ଡରେ ଭୁବନେଶ୍ୱରକୁ ଅଣାଯିବା ପରେ ଶନିବାର ଏଠାକାର କୋର୍ଟରେ ହାଜର କରାଯାଇଛି। ଅଭିଜିତ୍‌ ଗୁଜରାଟର ଆନନ୍ଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିଶ୍ୱବିଦ୍ୟାଳୟରୁ ପରିସଂଖ୍ୟାନ (ଷ୍ଟାଟିଷ୍ଟିକ୍ସ)ରେ ସ୍ନାତକୋତ୍ତର କରିଥିବା ବେଳେ ପୁଣେର ଏକ ସଫ୍ଟୱେର୍‌ କମ୍ପାନୀରେ କାର୍ଯ୍ୟ କରୁଥିବା ତଦନ୍ତ ବେଳେ ଜଣାପଡ଼ିଛି।
କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ସୂଚନାନୁସାରେ ଅଭିଜିତ୍‌ ଦୀର୍ଘ ଦିନ ଧରି ୨ ପାକିସ୍ତାନୀ ଗୁପ୍ତଚର ଓ ପାକିସ୍ତାନ ଆର୍ମି ଗୁପ୍ତଚରଙ୍କ ସହ ନିୟମିତ ଯୋଗାଯୋଗରେ ରହୁଥିଲେ। ୨୦୧୮ରେ ସେ ଫେସ୍‌ବୁକ ମେସେଞ୍ଜର ମାଧ୍ୟମରେ ପାକିସ୍ତାନର ଫୈସାଲବାଦ ଖାନ୍‌କିର ସୟଦ ଦାନିଶ ଅଲି ନାକଭିଙ୍କ ସହ ପରିଚିତ ହୋଇଥିଲେ। ଏପରି କି ଅଭିଜିତ୍‌ ଆମେରିକାର ଏକ ଶିକ୍ଷା ପ୍ରଯୁକ୍ତିବିଦ୍ୟା କମ୍ପାନୀ ‘ଚେଗ୍‌’ରେ ଜଣେ ଫ୍ରିଲାନ୍ସର ଭାବେ କାମ କରୁଛନ୍ତି ବୋଲି ଦାନିଶଙ୍କୁ କହିଥିଲେ। ଏହାପରେ ଅଭିଜିତ ତାଙ୍କ ୟୁଜର୍‌ ଆଇଡି ଏବଂ ପାସୱାର୍ଡକୁ ଦାନିଶଙ୍କୁ ଶେୟାର କରିଥିଲେ। ଫଳରେ ଅଭିଜିତଙ୍କ ନାମରେ ଦାନିଶ ଚେଗ୍‌ରେ କାମ କରୁଥିଲେ। ସେଥିରୁ ମିଳୁଥିବା ଟଙ୍କା ଅଭିଜିତ୍‌ଙ୍କ ଆକାଉଣ୍ଟକୁ ଆସୁଥିଲା। କିଛି ଦିନ ପରେ ଦାନିଶ ଅଭିଜିତଙ୍କୁ ମିଳୁଥିବା ଟଙ୍କାର କେତେ ପ୍ରତିଶତ ଦେବାକୁ କହିବା ସହ ତାଙ୍କ ସହଯୋଗୀଙ୍କ ସହ ପରିଚିତ କରାଇଥିଲେ। ପରେ ଦାନିଶ ପାକିସ୍ତାନ କରାଚିରେ ଥିବା ବନ୍ଧୁ ଖୁରାମ ଓରଫ ଅବଦୁଲ ହମିଦଙ୍କ ସହ ପରିଚିତ କରାଇଥିଲେ। ଖୁରାମ ପାକିସ୍ତାନ ସେନାର ଜଣେ ବରିଷ୍ଠ ଗୁପ୍ତଚର ଅଧିକାରୀ। ଖୁରାମଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଭାରତରେ କାର୍ଯ୍ୟ କରୁଥିବା ବିଭିନ୍ନ ପିଆଇଓକୁ ଟଙ୍କା ଟ୍ରାନ୍ସଫର କରୁଥିଲେ ବୋଲି ଏସଟିଏଫ୍‌ ଜାଣିବାକୁ ପାଇଛି। ଅଭିଜିତ୍‌ ହ୍ବାଟ୍‌ସଆପ ମାଧ୍ୟମରେ ୭ ଜଣ ପାକିସ୍ତାନୀ ନାଗରିକ ଏବଂ ୧୦ ଜଣ ନାଇଜେରିଆ ନାଗରିକଙ୍କ ସହ ମଧ୍ୟ କଥା ହେଉଥିଲେ। ଅପରପକ୍ଷେ ଏହି ମାମଲାରେ ଅଭିଜିତଙ୍କୁ ମିଶାଇ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରୀତମ୍‌ କର ଓ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଞ୍ଚଳର ସରୋଜ କୁମାର ନାୟକଙ୍କ କ୍ରିପ୍ଟୋ ଟ୍ରେଡିଂରେ ଲିଙ୍କ୍‌ର ପ୍ରମାଣ ପାଇବା ପରେ ଉଭୟ ଅଭିଯୁକ୍ତଙ୍କ ଦୁଇଟି କ୍ରିପ୍ଟୋ ଆକାଉଣ୍ଟରେ ଥିବା ୧ କୋଟିରୁ ଅଧିକକsକକକ ବ୍ଲକ୍‌ କରାଯାଇଥିବା ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri