Categories: ଜାତୀୟ

ପୁଣି ଥରେ ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇବେ ଅଭିନନ୍ଦନ

ନୂଆଦିଲ୍ଲୀ,୧୦।୮: ପାକିସ୍ତାନ ଏଫ୍‌-୧୬ ବିମାନକୁ ଧ୍ୱଂସ କରିଥିବା ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଏବେ ପୁଣି ଥରେ ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇବେ ବୋଲି ଗ୍ରୀନ୍‌ ସିଗନାଲ ମିଳିଯାଇଛି। ଏବେ ଆଇଏଏଫ୍‌ ବେଙ୍ଗାଲୁରୁର ଇନଷ୍ଟୁଚ୍ୟୁଟ ଅଫ୍‌ ଏରୋସ୍ପେସ୍‌ ମେଡିସିନ୍‌ ଅଭିନନ୍ଦନଙ୍କୁ ଫିଟ୍‌ ଘୋଷଣା କରିବା ପରେ ପୁଣି ଥରେ ସେ ତାଙ୍କର ବୀରତା ଦେଖାଇବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ ଫେବୃୟାରୀ ୨୭ରେ ପାକିସ୍ତାନ ଯୁଦ୍ଧ ବିମାନକୁ ଧ୍ୱଂସ କରିବା ସହ ପାକିସ୍ତାନ ସୀମାରେ ପ୍ରବେଶ କରି ଅଭିନନ୍ଦନ ଆସିଥିଲେ ଚର୍ଚ୍ଚାକୁ। ଏହାଥିଲା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ।

Share