ପୁଣି ଜିଲାକୁ ଫେରିଲେ ୫୮ ପ୍ରବାସୀ

ବୌଦ୍ଧ,୧୬।୫(ସ୍ବପ୍ର): ବୌଦ୍ଧ ଜିଲାକୁ ପ୍ରତିଦିନ ପ୍ରବାସୀ ଶ୍ରମିକଙ୍କ ଆଗମନ ହେଉଛି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସ୍ଥାନର କ୍ୱାରାଣ୍ଟାଇନ ସେଣ୍ଟର ଗୁଡିକରେ ରଖାଯାଉଛି। ଶୁକ୍ରବାର ସୁଦ୍ଧା ଜିଲାକୁ ୫୪୦ ଜଣ ପ୍ରବାସୀ ଶ୍ରମିକ ପହଞ୍ଚିଥିଲେ। ଶନିବାର ବିଭିନ୍ନ ରାଜ୍ୟରୁ ୫୮ ଜଣ ଶ୍ରମିକ ପହଞ୍ଚତ୍ଛନ୍ତି। ଫଳରେ ଜିଲାକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୫୯୮ରେ ପହଞ୍ଚିଛି। ଏହି ଶ୍ରମିକମାନଙ୍କୁ ୨୧ଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ସେହିପରି ଶୁକ୍ରବାର ସୁଦ୍ଧା ୩୫୮ ଜଣ ଶ୍ରମିକଙ୍କୁ ଜିଲାରୁ ସ୍ବତନ୍ତ୍ର ବ୍ୟବସ୍ଥାରେ ନିଜ ଘରକୁ ପଠାଯାଇଛି। ଶନିବାର ଆଉ ୬୦ ଜଣ ଶ୍ରମିକଙ୍କୁ ନିଜ ଘରକୁ ପଠାଇଦିଆଯାଇଛି। ଜିଲାରୁ ସମୁଦାୟ ୪୧୮ ଜଣ ଶ୍ରମିକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ଘରକୁ ପଠାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।