Categories: ଜାତୀୟ

ମୁମ୍ବାଇରେ ପିଆଜ କିଲୋ ୮୦ଟଙ୍କା

ମୁମ୍ବାଇ,୨୪।୯: ସମଗ୍ର ଦେଶରେ ପିଆଜର ଦରଦାମ୍‌ ଆକାଶ ଛୁଆଁ ହୋଇଛି। ବିଭିନ୍ନ ସହରରେ ପିଆଜର ଦରଦାମ୍‌ ବୃଦ୍ଧିକୁ ନେଇ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ନିକଟରେ ପିଆଜ କିଲୋ ପ୍ରତି ୧୫ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ବୃଦ୍ଧି ପାଇ ୮୦ଟଙ୍କା ହୋଇଛି। ମଙ୍ଗଳବାର ମୁମ୍ବାଇରେ ପିଆଜ ଦର ୭୫ ଟଙ୍କାରୁ ବୃଦ୍ଧି ପାଇ କିଲୋ ପ୍ରତି ୮୦ଟଙ୍କା ହୋଇଛି। କିଛି ଦିନ ତଳେ ଏଠାରେ ପିଆଜ ୩୦ରୁ ୪୦ ଟଙ୍କା ବିକ୍ରି କରାଯାଉଥିବା ବେଳେ ଏବେ ବର୍ଦ୍ଧିତ ଦରକୁ ନେଇ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share