Posted inଜାତୀୟ

ମଧ୍ୟାହ୍ନ ଭୋଜନ କ୍ଷୀରରେ ପାଣି ମିଶାଇବା ଘଟଣା: ୨ ନିଲମ୍ବିତ

ଲକ୍ଷ୍ନୌ,୨୯।୧୧: କେନ୍ଦ୍ର ସରକାର ସ୍କୁଲ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ହେଲେ ସେ ସବୁ ଯୋଜନା କାର୍ଯ୍ୟକାରୀ ନ ହୋଇ ବାଟବଣା ହେବାରେ ଲାଗିଛି। ସେଥି ମଧ୍ୟରୁ ମଧ୍ୟାହ୍ନ ଭୋଜନ ଅନ୍ୟତମ। ପ୍ରତିଦିନ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ଯୋଗୀ ସରକାର ଲଢ଼ୁଥିବା ବେଳେ ଏହି କ୍ଷେତ୍ରରେ ନିଜ ରାଜ୍ୟ ସବୁଠାରୁ ଆଗରେ ରହିଛି। ପୂର୍ବରୁ ମିର୍ଜାପୁରର ଏକ ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଖାଇବାକୁ ରୁଟି ଓ ଲୁଣ ଦିଆଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଏବେ ସୋନଭଦ୍ରର ଏକ ସ୍କୁଲରେ ଏକ ଲିଟର କ୍ଷୀରରେ ବାଲ୍‌ଟିଏ ପାଣି ମିଶାଇ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ଉକ୍ତ ସ୍କୁଲର ଦୁଇଜଣ ଶିକ୍ଷାମିତ୍ରଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ସୋନଭଦ୍ର ସାଲାଇବନଓ୍ବା ପ୍ରାଇମେରି ସ୍କୁଲରେ ଜଣେ ରୋଷେୟା ଏକ ଲିଟର କ୍ଷୀରରେ ବାଲଟିଏ ପାଣି ମିଶାଇ ୮୫ଜଣ ଛାତ୍ରୀଛାତ୍ରଙ୍କୁ ପିଇବାକୁ ଦେଇଥିବା ଅଭିଯୋଗ ହୋଇଛି। କ୍ଷୀରରେ ପାଣି ମିଶାଉଥିବା ବେଳେ ଉକ୍ତ ସ୍କୁଲର ଜଣେ କର୍ମଚାରୀ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜିଲାଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣ ଶିକ୍ଷାମିତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଅନ୍ୟପଟେ ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଦୁଇ ଦିନ ଭିତରେ ଏନେଇ ଶିକ୍ଷା ବିଭାଗର ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ। ଯଦି ଏହି ଘଟଣାରେ କେହି ଦୋଷୀ ସାବ୍ୟସ୍ତ୍ୟ ହୁଅନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷାଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri