Categories: ଜାତୀୟ

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: କ୍ରିଷ୍ଣା ଘାଟି ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୩।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଶୁକ୍ରବାର ମଧ୍ୟାହ୍ନ ୧୨ଟା ୧୫ରେ ପୁଞ୍ଚ୍‌ ଜିଲାର କ୍ରିଷ୍ଣାଘାଟି ସେକ୍ଟରରେ ଭାରତୀୟ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲା। ଏହାର ଜବାବ୍‌ରେ ଭାରତୀୟ ପୋଷ୍ଟ ପକ୍ଷରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଶୀତଦିନେ ଘନ କୁହୁଡ଼ି ଯୋଗୁ ଏହାର ଫାଇଦା ନେବାକୁ ପାକିସ୍ତାନ ଉଦ୍ୟମ କରୁଛି। ଆତଙ୍କବାଦୀଙ୍କୁ କଭର ଫାୟାର ଦେଇ ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନ ପ୍ରୟାସ ଜାରି ରଖିଛି। ସେଥିପାଇଁ ଲଗାତାର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ଜାଣିଶୁଣି ଏଭଳି କାର୍ଯ୍ୟ କରୁଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

Share