ପୁଣିଥରେ ଲାଗୁ ହୋଇପାରେ ନଗଦ ଉଠାଣ ଟିକସ

ନୂଆଦିଲ୍ଲୀ,୨୮-୫: କେନ୍ଦ୍ରରେ ଦ୍ୱିତୀୟଥର ନରେନ୍ଦ୍ର ମୋଦି ସରକାର ଗଠନ ହେବାକୁ ଯାଉଛି। ସରକାର ଏଥର ଦୃଢ଼ତାର ସହ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଆଗେଇନେବେ ବୋଲି ଜନତା ଆଶାକରୁଛନ୍ତି। ବିଶେଷ କରି କଳାଧନ ସୃଷ୍ଟି ଉପରେ ଅଙ୍କୁଶ ଲଗାଇବାକୁ ଏଥର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି। ମିଡିଆରେ ଆରମ୍ଭ ହୋଇଥିବା ଚର୍ଚ୍ଚା ଅନୁଯାୟୀ, କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ୍‌ କ୍ୟାଶ୍‌ ଟ୍ରାଞ୍ଜାକ୍‌ଶନ ଟ୍ୟାକ୍ସ ଅର୍ଥାତ ନଗଦ ଉଠାଣ ଉପରେ ଟିକସ ଲାଗୁ କରିବାକୁ ଯାଉଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ନୀତି ନିର୍ଦ୍ଧାରକମାନେ ଏ ନେଇ ବିଚାରବିମର୍ଶ ଆରମ୍ଭ କରିଦେଇଛନ୍ତି। ନଗଦ ଉଠାଣକୁ ହତୋତ୍ସାହିତ କରିବାକୁ ଯାଇ ଏଭଳି ଟିକସ ବ୍ୟବସ୍ଥା ଲାଗୁ କରାଯାଇଥାଏ। ଏହାଛଡ଼ା ଉତ୍ତରାଧିକାର ସୂତ୍ରରେ ମିଳୁଥିବା ସମ୍ପତ୍ତି ଉପରେ ମଧ୍ୟ ଟିକସ ଲାଗୁ କରିବା ଲାଗି ବିଚାର କରାଯାଉଛି। ଏ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଯେ, ଏଥିନେଇ ବିଚାର କରାଯାଉଛି। ବାସ୍ତବରେ ଏହି ଟିକସ ଆଦାୟ କିଭଳି ପ୍ରଭାବଶାଳୀ ହେବ ତାହା ମଧ୍ୟ ବିଚାର କରାଯାଉଛି ବୋଲି ସେ କହିଛନ୍ତି। କାରଣ ଏଭଳି ଟିକସ ଅତ୍ୟନ୍ତ ସାମାନ୍ୟ ହୋଇଥାଏ। ଏଭଳି ବ୍ୟବସ୍ଥା ମାଧ୍ୟମରେ ସରକାର ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିନାହାନ୍ତି, ବରଂ କଳାଧନ କାରବାରକୁ ରୋକିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଏହାଦ୍ୱାରା ଡିଜିଟାଲ ଟ୍ରାଞ୍ଜାକଶନକୁ ପ୍ରୋତ୍ସାହନ ମିଳିବ, ଯାହା ପ୍ରଧାମନ୍ତ୍ରୀ ମୋଦି ଚାହୁଁଛନ୍ତି। ସୂଚନାଥାଉ କି, ୟୁପିଏ-୧ ବେଳେ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ୨୦୦୫ ଜୁନ୍‌ ପହିଲାରେ ନଗଦ ଉଠାଣ ଉପରେ ପ୍ରଥମଥର ଟିକସ ଆଦାୟକୁ ଲାଗୁ କରିଥିଲେ। କିନ୍ତୁ ୨୦୦୯ ଏପ୍ରିଲ ପହିଲାରୁ ଏହାକୁ ହଟାଇ ନିଆଯାଇଥିଲା। କଳାଧନକୁ ରୋକିବା ଲାଗି ଅନ୍ୟ ବାଟ ଥିବାରୁ ଏଭଳି ପଦକ୍ଷେପର ଆବଶ୍ୟକତା ନାହିଁ ବୋଲି ସେତେବେଳେ କାରଣ ଦର୍ଶାଯାଇଥିଲା। ସେତେବେଳେ ଗୋଟିଏ ଦିନରେ ୫୦ ହଜାର ଟଙ୍କାରୁ ଅଧିକ ନଗଦ ଉଠାଣ ଉପରେ ୦.୧ ପ୍ରତିଶତ ଟିକସ ଆଦାୟ କରାଯାଉଥିଲା। ଅର୍ଥାତ୍‌ ପ୍ରତି ହଜାର ଟଙ୍କା ଉଠାଣରେ ଏକ ଟଙ୍କା ଟିକସ ଆଦାୟ କରାଯାଉଥିଲା। ଦେଖିବାକୁ ଗଲେ ଏହା ଅତ୍ୟନ୍ତ ନଗଣ୍ୟ। ସେଭିଙ୍ଗ୍‌ସ ଆକାଉଣ୍ଟ ଉଠାଣ ଉପରେ ଏହା ଲାଗୁ ହେଉ ନ ଥିଲା। ୨୦୦୫ରୁ ୨୦୦୯ ମଧ୍ୟରେ ଏ ବାବଦରେ ୧୦୦୦ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri