Categories: ବାଣିଜ୍ୟ

ପୁଞ୍ଜି ବଜାରରେ ୧୭,୨୨୨ କୋଟିର ବିଦେଶ ନିବେଶ

ନୂଆଦିଲ୍ଲୀ,୨୫-୧୧: ଚଳିତ ମାସ ବର୍ତ୍ତମାନ ସୁଦ୍ଧା ଦେଶର ପୁଞ୍ଜି ବଜାରରେ ବିଦେଶୀ ନିବେଶକମାନେ ୧୭,୨୨୨ କୋଟି ଟଙ୍କା ନିବେଶ କରିଛନ୍ତି। ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସ୍ଥିତି ଭଲ ଥିବାରୁ ନିବେଶକଙ୍କ ମନୋଭାବ ଭଲ ରହିଛି। ଡିପୋଜିଟୋରୀ ତଥ୍ୟ ମୁତାବକ ବିଦେଶୀ ନିବେଶକମାନେ ୨୨ ନିଭେମ୍ବର ସୁଦ୍ଧା ଦେଶର ପୁଞ୍ଜି ବଜାରରେ ୧୭,୫୪୭.୫୫ କୋଟି ନିବେଶ କରିଛନ୍ତି। ଏହି ସମୟରେ ବଣ୍ଡରେ ୧୭୫.୨୭ କୋଟି ନିବେଶ ହୋଇଛି। ମୋଟ ୧୭,୭୨୨.୮୨ କୋଟି ଟଙ୍କାର ନିବେଶ ଆସିଥିବା ଜଣାପଡିଛି। ଏହା ପୂର୍ବରୁ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଏଫ ପିଆଇ ୬୫୫୭.୮ କୋଟି ଏବଂ ୧୬,୪୬୪.୬ କୋଟି ଟଙ୍କା ନିବେଶ କରିଛନ୍ତି।

Share