Categories: ବାଣିଜ୍ୟ

ପୁଞ୍ଜି ବଜାରରେ ଏଫ୍‌ପିଆଇଙ୍କ ୧୮୪୧ କୋଟି ନିବେଶ

ମୁମ୍ବାଇ,୧୬।୯: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ସେପ୍ଟେମ୍ବର ୧୩ ସୁଦ୍ଧା ପୁଞ୍ଜି ବଜାରରେ ୧୮୪୧ କୋଟି ଟଙ୍କା ନିବେଶ କରିଛନ୍ତି। ଏଥିପୂର୍ବରୁ ସେମାନେ କ୍ରମାଗତ ଦୁଇ ମାସ ହେବ ବଜାରରେ ଶେୟାର ବିକ୍ରି କରି ଅର୍ଥ କାଢ଼ି ନେଉଥିଲେ। ଆଲୋଚ୍ୟ ସମୟ ମଧ୍ୟରେ ସେମାନେ ୨୦୩୧.୦୨ କୋଟି ଟଙ୍କାର ଶେୟାର ବିକ୍ରି କରିଥିବା ବେଳେ ୩୮୭୨.୧୯ କୋଟି ଟଙ୍କା କିଣିଛନ୍ତି। ଏଭଳି ଭାବେ ସେମାନେ ମୋଟ ୧୮୪୧.୧୭ କୋଟି ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଏଥିପୂର୍ବରୁ ଏଫ୍‌ପିଆଇ ଅଗଷ୍ଟରେ ୫୯୨୦.୦୨ କୋଟି ଟଙ୍କା, ଜୁଲାଇରେ ୨୯୮୫.୮୮କୋଟି ଟଙ୍କାର ନେଟ୍‌ ଶେୟାର ବିକ୍ରି କରିଥିଲେ। ବଜାର ବିଶ୍ଲେଷକ ଫର୍ମ ଗ୍ରୋର ମୁଖ୍ୟ ପରିଚାଳନା ଅଧିକାରୀ ହର୍ଷ ଜୈନଙ୍କ କହିବାନୁଯାୟୀ, ଆମେରିକା-ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ନରମ ପଡିବା ଓ ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ୪.୩% ରହିବା ଯୋଗୁ ଏଫ୍‌ପିଆଇଙ୍କ ଭାରତୀୟ ପୁଞ୍ଜି ବଜାର ପ୍ରତି ଆକର୍ଷଣ ପୁଣି ବଢ଼ିଛି।

Share