ପୁଓର ଚିକିଛା ଲାଗି ରାଏଜ୍‌ ବାହାରେ ମା’ବାପ୍‌

କଣ୍ଟାମାଳ, ୧୬।୧୦ (ଡି.ଏନ୍‌.ଏ.)- ଟଁକା ପଏସା ଅଭାବୁ ଅନେକ ଲୋକ୍‌ ଜୀବନର ସବୁ ଆଶ୍‌କେ ହରେଇ ଦେସନ୍‌। ଅସମିଆରେ ବୁଧିବାଟ୍‌ ବନା ହେଇଯାଏସି। ହେଲେ କାହାକେ ମଜବୁତ୍‌ କରି ଅସମିଆ ଆଘେ ଠିଆ କରେଇଦେସି ଜୀବନ୍‌ର ଆଶ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବୌଦ୍ଧ ଜିଲା ସିମିଳିପଦର ଗଁାରେ।
ସୂଚନା ଅନ୍‌ସାରେ ସିମିଳିପଦର ଗଁାର ସୁଦର୍ଶନ ରଣଭଇଁଷା। ପରିବାର କହେଲେ ବୁଢ଼ି ମା’, ମାଏକିନା ମିତା ଆର ପୁଓ ରାହୁଳକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ଆର ଅନୁସୂଚିତ ଜାତିର ଆନ୍‌। ପୁଓ ରାହୁଳ ଗଁାର ସ୍କୁଲରେ ୪ର୍ଥ ଶ୍ରେଣୀରେ ପାଠ୍‌ପଢ଼ୁଛନ୍‌। ହଠାତ୍‌ ଦିନେ ତାକର ପେଟ୍‌ ବଥାଲା। ମା’ବାପ୍‌ ରାହୁଳକେ ସୋନପୁର ଜିଲା ମୁଖିଆ ଡାକ୍‌ତରଖାନା ଆର ପଛେ ବୁର୍ଲା ବଡ଼ ଡାକ୍‌ତରଖାନାକେ ଚିକିଛା ଲାଗି ନେଲେ। ସେଠାନେ ପରୀକ୍ଷା ନିରୀକ୍ଷାରୁ ଜନାଗଲା ଯେ, ରାହୁଳକଁର କିଡ଼୍‌ନୀ ତରେ ପାଏନ୍‌ ଜମିଛେ। ଡାକ୍‌ତର ଇଥିରଲାଗି ଜରୁରୀ ଅପରେଶନ ଦରକାର ବଲି ପରାମଶ ଦେଇଥିଲେ। ହେଲେ ଗରିବ୍‌ ମା’ବାପ୍‌ ରାହୁଳକଁର ଅପରେଶନ ଲାଗି ଗୁଟେ ନର୍ସିଂହୋମରେ ବୁଝାସୁଝା କଲେ। ସେଠାନେ ଜାନବାକେ ପାଏଲେ ଯେ ଅପରେଶନ ଲାଗି ୭୦ ହଜାର ଟଁକା ଖରଚ୍‌ ହେବା। ଇ କଥା ଶୁନ୍‌ଲାରୁ ଗରିବ୍‌ ମା’ବାପ୍‌ର ପାଦ୍‌ ତଲୁ ମାଏଟ୍‌ ଖସ୍‌ରି ଯାଇଥିଲା, ସେମାନେ ଦୁଖ୍‌ରେ ଭାଂଗି ପଡ଼ଲେ। ଅନୁସୂଚିତ ଜାତିର ଇ ପରିବାର ପାସେ ଜମି କହେଲେ ଅଧ୍‌ ଏକର ରହିଛେ। ଦୁଇ ମାଏଝି ମୁନୁଷ ଦିନ ମଜୁରିଆ। ସୁଦର୍ଶନ ବିହାବରୁ ସମିଆରେ ବଜା ବଜେଇ ଭଲ ଦୁଇପଏସା ରୁଜଗାର କରସନ। ହେଲେ ସେ ଟଁକା ପୁଓର ପାଠ୍‌ପଢ଼ା ଆର ବୁଢ଼ି ମା’ର ଉଷୋକଷାକେ ନିଅଁଟ୍‌ ଆଏ। ଏନ୍‌ତାଥି ସୁଦର୍ଶନ ଆର ମିତା ପୁଓର ଚିକିଛାକେ ନେଇ ହତାଶ ହେଇଗଲେ। କେହେନ୍‌ସି ମିତି ସେମାନେ ବାହାରେ ରହୁଥିବାର ଗଁାର ପିଲାକର ସଂଗେ ଯୋଗାଯୋଗ କରି ପ୍ରଶାନ୍ତି ଗ୍ରାମର ସତ୍ୟସାଇ ମେଡିକାଲରେ ପୁହୁଁଚିଗଲେ। ଏହେଦ୍‌କା ସେଠାନେ ରାହୁଳକଁର ଚିକିଛା ଚାଲିଛେ। ହେଲେ ଗରିବ୍‌ ଦମ୍ପତି ହାତେ ଫଟା କଉଡ଼ିଟେ ନଁାଇଁନ। ଇ ଅସାହା ଦମ୍ପତି ଗଣମାଧ୍ୟମ ଜରିଆରେ ପୁଓର ଚିକିଛା, ଉଷୋକଷା ସାହାଯ୍‌ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌।