ପୁଅ ବାହାଘରରେ ଉଡ଼ାଗଲା ୯୦ ଲକ୍ଷ ଟଙ୍କାର ନୋଟ୍‌

ଜାମନଗର,୧।୧୨: ଗୁଜରାଟ ଜାମନଗରରେ ପୁଅ ବାହାଘରରେ ୯୦ ଲକ୍ଷ ଟଙ୍କାର ନୋଟ୍‌ ଉଡ଼ାଯାଇଛି। ସ୍ଥାନୀୟ କୁନଡ ଗାଁରେ ଜାଡ଼େଜା ପରିବାର ପକ୍ଷରୁ ଏଭଳି କରାଯାଇଛି। ବର ବେଶରେ ଋଷିରାଜ ଜାଡ଼େଜା ହେଲକପ୍ଟରରେ ଚେଲା ଗଁାରେ କନ୍ୟା ଘରେ ପହଞ୍ଚିଥିଲେ। ଉଡ଼ାଯାଇଥିବା ନୋଟ୍‌କୁ ସଂଗ୍ରହ କରି ଏହି ଅଞ୍ଚଳରେ ଥିବା ୫ଟି ଗାଁର ଗୋଶାଳାର ବିକାଶ ଲାଗି ଖର୍ଚ୍ଚ କରାଯିବ ବୋଲି କୁହାଯାଉଛି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share