Posted inଜାତୀୟ

ପୀଡ଼ିତାଙ୍କୁ ୨୦୦ ଥର ଫୋନ କରିଥିଲେ ଚିନ୍ମୟାନନ୍ଦ

ଶାହଜାହାନପୁର,୨୧ା୯: ଆଇନ ଛାତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଥିବା ଓ ଚାଟିଂ କରିଥିବା ଭାଜପା ନେତା ଚିନ୍ମୟାନନ୍ଦ ଗିରଫ ହେବା ପରେ ସ୍ବୀକାର କରିଛନ୍ତି। ଏଭଳି କାର୍ଯ୍ୟ ଲାଗି ସେ ଲଜ୍ଜିତ ବୋଲି କହିଛନ୍ତି। ତେବେ ବଳାତ୍କାର ଅଭିଯୋଗକୁ ସେ ଖଣ୍ଡନ କରିଥିବା ଏସ୍‌ଆଇଟି ମୁଖ୍ୟ ନବୀନ ଆରୋରା କହିଛନ୍ତି। ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ଚିନ୍ମୟାନନ୍ଦ ଓ ପୀଡ଼ିତା ଛାତ୍ରୀଙ୍କ ମଧ୍ୟରେ ପାଖାପାଖି ୨୦୦ ଥର ଫୋନ୍‌ରେ କଥାବାର୍ତ୍ତା ହୋଇଛି। ଏସ୍‌ଆଇଟି ଟିମ୍‌ ଅଭିଯୁକ୍ତଙ୍କ ଫୋନ୍‌କୁ ଫୋରେନ୍‌ସିକ ସାଇନ୍ସ ଲାବରେଟୋରିକୁ ପଠାଇଛି। ତଥାକଥିତ ସ୍ବାମୀଙ୍କ ବିରୋଧରେ ଆଇପିସିର ଧାରା ୩୭୬ସି, ୩୫୪ଡି, ୩୪୨ ଏବଂ ୫୦୬ରେ ମାମଲା ରୁଜୁ ହୋଇଛି।
ଗତ ସପ୍ତାହରେ ସିଆର୍‌ପିସିର ଧାରା ୧୬୪ରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ଦିନଠାରୁ ଚିନ୍ମୟାନନ୍ଦ ଗିରଫଦାରିରୁ ବର୍ତ୍ତିବା ପାଇଁ ନିଜକୁ ଅସୁସ୍ଥ ଦର୍ଶାଇବାର ନାଟକ ଆରମ୍ଭ କରିଦେଲେ। ସେ ସ୍ଥାନୀୟ ହସ୍ପିଟାଲରେ ନିଜକୁ ଭର୍ତ୍ତି କରାଇଥିଲେ। ଲକ୍ଷ୍ନୌର କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟି (କେଜିଏମ୍‌ୟୁ)ରେ ଭର୍ତ୍ତି ହେବା ଲାଗି ଉଦ୍ୟମ ଚଳାଇଥିଲେ। ଗୁରୁବାର ରାତିରେ ଏସ୍‌ଆଇଟି ତାଙ୍କ ଆଶ୍ରମରେ ପହଞ୍ଚତ୍ଥିଲା। ତେବେ ଆତ୍ମଘୋଷିତ ଗଡ଼୍‌ମ୍ୟାନଙ୍କ ସମର୍ଥକମାନେ ଉକ୍ତ ଟିମ୍‌କୁ ଆଶ୍ରମ ଭିତରେ ପୂରାଇ ନ ଦେବାରୁ ସେମାନଙ୍କୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ପୀଡିତାଙ୍କ ଦୁଇ ସମ୍ପର୍କୀୟ ଭାଇ ସଞ୍ଜୟ ସିଂ ଏବଂ ବିକ୍ରମ ଓରଫ ବ୍ରଜେଶଙ୍କ ସମେତ ପୁରୁଷ ବନ୍ଧୁ ସଚିନ ସେନ୍‌ଗାର ଓରଫ ସୋନୁଙ୍କୁ ଗିରଫ କରାଯାଇଛି। ପ୍ରମାଣ ନଷ୍ଟ କରିବା ଏବଂ ଧମକ ଦେଇ ଟଙ୍କା ଆଦାୟ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ୟୁପି ପୋଲିସ ମହାନିର୍ଦ୍ଦେଶକ ଓ.ପି. ସିଂ କହିଛନ୍ତି। ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ସେମାନେ ଭାଜପା ନେତାଙ୍କଠାରୁ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରୁଥିଲେ ବୋଲି ଚିନ୍ମୟାନନ୍ଦଙ୍କ କର୍ମଚାରୀମାନେ ଅଭିଯୋଗ କରିଥିଲେ।
ବଳାତ୍କାର ମାମଲାକୁ ଲୋକଲୋଚନକୁ ଆଣିବାରେ ଚିନ୍ମୟାନନ୍ଦଙ୍କୁ ଶ୍ରେୟ ଦିଆଯାଇପାରେ। କାରଣ ପୀଡିତା ଅଗଷ୍ଟ ୨୩ରେ ସୋସିଆଲ ମିଡିଆରେ ଅଭିଯୋଗ କରିବା ପୂର୍ବରୁ ୨୨ ତାରିଖରେ ଚିନ୍ମୟାନନ୍ଦଙ୍କ ହ୍ବାଟ୍ସଆପ୍‌କୁ ଏକ ବାର୍ତ୍ତା ଆସିଥିବା ନେଇ ତାଙ୍କ କଲେଜ ପ୍ରଶାସନ ପକ୍ଷରୁ ପୋଲିସ୍‌ରେ ଏତଲା ଦିଆଯାଇଥିଲା। ଭାଜପା ନେତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ପାଇଁ ଉଦ୍ଦିଷ୍ଟ କେତେକ ଭିଡିଓ ବଦଳରେ ଉକ୍ତ ବାର୍ତ୍ତାରେ ୫ କୋଟି ଟଙ୍କା ଦାବି କରାଯାଇଥିବା କଲେଜ କର୍ତ୍ତୃପକ୍ଷ ଜଣାଇଥିଲେ। ପରେ ଝିଅ ନିଖୋଜ ହେବା ନେଇ ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେବା ସହ ଏଥିପାଇଁ ଚିନ୍ମୟାନନ୍ଦଙ୍କୁ ଦାୟୀ କରିଥିଲେ। ଅନ୍ୟପକ୍ଷରେ ଚିନ୍ମୟାନନ୍ଦଙ୍କଠାରୁ ଅର୍ଥ ଆଦାୟ କରିବା ପାଇଁ ଧମକ ଦିଆଯିବା ନେଇ ତାଙ୍କ ଓକିଲ କୋର୍ଟରେ ମାମଲା ଦାଏର କରିଥିଲେ। ପୀଡ଼ିତା ନୂଆଦିଲ୍ଲୀ ଥାନାରେ ଏତଲା ଦେବା ପରେ ଏହାକୁ ଏସ୍‌ଆଇଟିକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଡାକ୍ତରୀ ମାଇନା କରାଯିବା ପରେ ଗତ ସୋମବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଥିଲା। ୮ ତାରିଖରୁ ଏସ୍‌ଆଇଟି ଟିମ୍‌ ଚିନ୍ମୟାନନ୍ଦଙ୍କ ସମେତ ୩୦ ଜଣଙ୍କୁ ପଚରାଉଚରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri