Categories: ବାଣିଜ୍ୟ

ପି-ନୋଟ୍‌ସ ଜରିଆରେ ୮୨,୬୧୯ କୋଟି ନିବେଶ

ମୁମ୍ବାଇ,୨୪।୬: ଭାରତୀୟ ପୁଞ୍ଜି ବଜାରରେ ପାର୍ଟିସିପେଟରୀ ନୋଟ୍ସ(ପି-ନୋଟ୍ସ) ଜରିଆରେ ମେ’ ଶେଷ ସୁଦ୍ଧା ନିବେଶ ପ୍ରାୟ ୧୪୦୦ କୋଟି ଟଙ୍କା ବୃଦ୍ଧି ପାଇ ୮୨,୬୧୯ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ପୂର୍ବ ମାସ ତୁଳନାରେ ଏହା ୧.୭୨% ଅଧିକ। ବିଦେଶୀ ନିବେଶକଙ୍କୁ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ଦ୍ୱାରା ପି-ନୋଟ୍ସ ଜାରି କରାଯାଇଥାଏ। ପି-ନୋଟ୍ସ ଜରିଆରେ ବିଦେଶୀ ନିବେଶକ ଭାରତୀୟ ଷ୍ଟକ୍‌ ବଜାରରେ ସିଧାସଳଖ ପଞ୍ଜୀକରଣ ନ କରି ମଧ୍ୟ ନିବେଶ କରିପାରୁଛନ୍ତି। ଏପ୍ରିଲ ଶେଷ ସୁଦ୍ଧା ସେମାନଙ୍କ ନିବେଶ ପରିମାଣ ୮୧,୨୨୦ କୋଟି ଟଙ୍କା ଥିଲା। ପି-ନୋଟ୍ସ ଜରିଆରେ ବିଦେଶୀ ନିବେଶକମାନେ ଶେୟାରରେ ୬୧,୫୭୪ କୋଟି ଟଙ୍କା ଏବଂ ଋଣ ବା ବଣ୍ଡ୍‌ରେ ୧୯,୬୮୧ କୋଟି ଟଙ୍କା ଏବଂ ଡେରିଭେଟିବ୍ସ ବା ଭବିଷ୍ୟ କାରବାରରେ ୧୯୩ କୋଟି ଟଙ୍କା ନିବେଶ କରିଛନ୍ତି। ପି-ନୋଟ୍ସ ଜରିଆରେ ଫେବୃୟାରୀରେ ୭୩,୪୨୮ କୋଟି, ମାର୍ଚ୍ଚରେ ୭୮,୧୧୦ କୋଟି ଟଙ୍କା ନିବେଶ କରାଯାଇଥିଲା।

Share