ପିସିସି ସଭାପତି ପରିବର୍ତ୍ତନକୁ ନେଇ ଧାଁଦୌଡ଼

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱଶୂନ୍ୟ କରିବା ଲାଗି ଦଳ ଭିତରେ କନ୍ଦଳ ଉଗ୍ରରୂପ ନେଲାଣି। ନିରଞ୍ଜନଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ପୂରା ଦମ୍‌ରେ ଲାଗିପଡିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳଦଳ ହୋଇ ନେତାମାନେ ଭେଟିବାକୁ ଯିବା ଆରମ୍ଭ କଲେଣି। ଗୋଟିଏ ଗୋଷ୍ଠୀ ସୋନିଆଙ୍କୁ ଭେଟି ଫେରିବା କ୍ଷଣି ଆଉ ଗୋଟିଏ ଗୋଷ୍ଠୀ ଦିଲ୍ଲୀ ଗସ୍ତ କରି ସଭାପତି ପରିବର୍ତ୍ତନ କଥା କହିବାକୁ ଯାଇଛନ୍ତି। ଏହି କ୍ରମରେ ଛାତ୍ର କଂଗ୍ରେସ ମଧ୍ୟ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ସଭାପତି ପରିବର୍ତ୍ତନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛି। ଏଭଳି ସ୍ଥିତିରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରେ ମଧ୍ୟ ଫେଲ ମାରିଲାଣି। ସେପଟେ ବିଧାୟକ ଗୋଷ୍ଠୀରେ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ କଥାକୁ ନେଇ ଭିନ୍ନମତ ପ୍ରକାଶ ପାଇବା ଆରମ୍ଭ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।
ଛାତ୍ର କଂଗ୍ରେସର ଗୋଟିଏ ଗୋଷ୍ଠୀ ଶୁକ୍ରବାର ୟୁନିଟ୍‌ ୯ସ୍ଥିତ ରେଡକ୍ରସ ଭବନଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିବା ସହ ଖବରଦାତା ସମ୍ମିଳନୀ ଜରିଆରେ ନିରଞ୍ଜନଙ୍କ ନେତୃତ୍ୱ ଉପରେ ଦୋଷ ଲଦିଛନ୍ତି। ଉପସ୍ଥିତ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ବିପ୍ଲବ କେଶରୀ ପରିଡା, ମୁଖପାତ୍ର ଅଖିଲେଶ ଯାଦବ, ସଂଯୋଜକ ମହମ୍ମଦ ଉମରଅଲିମ ପ୍ରମୁଖ କହିଛନ୍ତି, ଛାତ୍ରୀଛାତ୍ରମାନଙ୍କୁ ଏକାଠି କରି ରାଜ୍ୟର ବିଭିନ୍ନ ସମୟରେ ଆନ୍ଦୋଳନ କରିବାକୁ ଚାହିଁଲେ ମଧ୍ୟ ପିସିସି ସଭାପତିଙ୍କ ସହଯୋଗ ମିଳୁନାହିଁ। ଛାତ୍ର କଂଗ୍ରେସ ଆଗକୁ ଆଗେଇ ପାରୁନାହିଁ। ୧୯୯୦ରେ ଛାତ୍ର କଂଗ୍ରେସର ଦୃଢ କାର୍ଯ୍ୟକ୍ରମ ପାଇଁ ୧୯୯୫ରେ ଓଡ଼ିଶାରେ ଦଳ ସରକାରକୁ ଆସିଥିଲା। ବର୍ତ୍ତମାନ ସ୍ଥିତିରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଯଦି ପିସିସି ସଭାପତି କରାଯାଏ ତେବେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେମାନେ ଯୁକ୍ତି ରଖିଛନ୍ତି। ମୋକିମଙ୍କ ଭଳି ଜଣେ ଯୁବ ନେତାଙ୍କୁ ଦାୟିତ୍ୱ ଦେଲେ ଦଳରେ ଛାତ୍ର, ଯୁବ ଓ ମହିଳାମାନେ ସକ୍ରିୟତାର ସହ କାର୍ଯ୍ୟ କରିବେ ବୋଲି ସେମାନେ କହିଛନ୍ତି।
ଅପରପକ୍ଷରେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଆଦିତ୍ୟ ପ୍ରୀତମ ଦାସ, ସୌମ୍ୟ ପ୍ରକାଶ ମିଶ୍ର, ନିରଞ୍ଜନ ନାୟକ ପ୍ରମୁଖ କହିଛନ୍ତି, ଯେଉଁମାନେ ନିରଞ୍ଜନଙ୍କୁ ସଭାପତି ପଦରୁ ହଟାଇ ମୋକିମଙ୍କ ସପକ୍ଷରେ ଯୁକ୍ତି ରଖୁଛନ୍ତି ସେମାନେ ଦଳରେ ଅନାମଧେୟ। ନିକଟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି, ଉକତ୍ଟ ବେକାରି ସମସ୍ୟା ଏବଂ ନାରୀ ନିର୍ଯାତନା ପ୍ରସଙ୍ଗରେ ଦଳ ଆନ୍ଦୋଳନ ଜାରି ରଖିଛି। ଏପରି ସ୍ଥିତିରେ ରେଡକ୍ରସ ଭବନରେ ଯେଉଁ ଛାତ୍ର ନେତା ପିସିସି ସଭାପତିଙ୍କ ବିରୋଧରେ ମତ ରଖୁଛନ୍ତି ସେମାନେ ଆନ୍ଦୋଳନ ସମୟରେ କୋଉଠି ଥିଲେ। ଏହି ଛାତ୍ର କଂଗ୍ରେସ ବୋଲାଉଥିବା ନେତାମାନେ ଦଳର ନୀତି, ଆଦର୍ଶକୁ ବିରୋଧ କରିବା ସହିତ ସମାନ। ସେମାନଙ୍କ ବିରୋଧରେ ଦୃଢ଼ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ(ଏନ୍‌ଏସ୍‌ୟୁଆଇ) ଅଧ୍ୟକ୍ଷ ନୀରଜ କୁନ୍ଦନଙ୍କୁ ଦୃଢ଼ ଦାବି କରିବୁ ବୋଲି ସେମାନେ କହିଛନ୍ତି।
ଅପରପକ୍ଷରେ ଦିଲ୍ଲୀ ଗସ୍ତ କରିଥିବା ମହିଳା କଂଗ୍ରେସର ନେତ୍ରୀମାନେ ସୋନିଆଙ୍କୁ ଭେଟିବା ଲାଗି ସମୟ ନେଇଥିଲେ ସୁଦ୍ଧା ସଫଳ ହୋଇପାରିନାହାନ୍ତି। ଦିଲ୍ଲୀରେ ଥିବା ଜଣେ ବରିଷ୍ଠ ନେତ୍ରୀ କହିଛନ୍ତି, ଶନିବାର ସୁଦ୍ଧା ସୋନିଆଙ୍କୁ ନିଶ୍ଚୟ ଦେଖାହେବା ଲାଗି ସମୟ ମିଳିଯିବ। ଶୁକ୍ରବାର କେନ୍ଦ୍ରର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, କେ.ସି. ଭେନୁଗୋପାଲ, ବି.କେ. ହରିପ୍ରସାଦଙ୍କ ସହ ସାକ୍ଷାତ କରିଛନ୍ତି। ଏହାସହିତ ସେମାନେ ଦିଲ୍ଲୀ ଯିବାପରେ ଅହମ୍ମଦ ପଟେଲ, ମୁକୁଲ ଓ୍ବାସନିକ, ଅହମ୍ମଦ ପଟେଲଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଏହି ଟିମ୍‌ ମଧ୍ୟ ନିରଞ୍ଜନଙ୍କୁ ସଭାପତି ପଦରୁ ହଟାଇବା ପାଇଁ ବାରମ୍ବାର ଦାବି କରିଚାଲିଛି। ଏଭଳି ସ୍ଥିତିରେ ପିସିସି ସଭାପତି ପଟ୍ଟନାୟକ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri