‘ପିଲାମାନେ ପ୍ରାରମ୍ଭିକ ଶିକ୍ଷାରୁ ଇଂଲିଶ କୁହନ୍ତୁ ବୋଲି ଅଭିଭାବକ ଚାହୁଁଛନ୍ତି’

ରାଜ୍ୟରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନେଇ ସରକାରୀସ୍ତରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଛି। ତଥାପି ଅଭିଭାବକମାନେ ନିଜ ପିଲାର ଉତ୍ତମ ଭବିଷ୍ୟତ ଗଢିବା ପାଇଁ ସରକାରୀ ବିଦ୍ୟାଳୟ ପରିବର୍ତ୍ତେ ଘରୋଇ ବିଦ୍ୟାଳୟ ଉପରେ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି। ସମ୍ପ୍ରତି ସରକାରୀ ବିଦ୍ୟାଳୟ ପ୍ରତି ଅଭିଭାବକଙ୍କ ଆସ୍ଥା ବଢାଇବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ ଧରିତ୍ରୀର ଆଳାପ।

ସିବିଏସ୍‌ଇ କର୍ତ୍ତୃପକ୍ଷ ନିକଟରେ ପରୀକ୍ଷା ଫି’ ବୃଦ୍ଧି କରିଛନ୍ତି। ଏହା ଅଭିଭାବକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ନୁହେଁ କି?
ଉତ୍ତର: ସିବିଏସ୍‌ଇର ଏଭଳି ନିଷ୍ପତ୍ତି ଅଭିଭାବକଙ୍କୁ ନିଶ୍ଚିତ ଭାବେ ବାଧିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଫି’ କମାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।
ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କ ଫି’ ବୃଦ୍ଧିକୁ ରାଜ୍ୟ ସରକାର ନିଜ ନିୟନ୍ତ୍ରଣାଧୀନ ରଖିବା ପାଇଁ ଯେଉଁ ଫି’ ନିୟନ୍ତ୍ରିତ କମିଟି ଗଠନ କରିବା କଥା ସେଥିରେ କାହିଁକି ବିଳମ୍ବ ଘଟୁଛି?
ଅଭିଭାବକ ମହାସଂଘ ପକ୍ଷରୁ ଏନେଇ ବାରମ୍ବାର ଦାବି କରାଯାଉଛି। ସରକାର ମଧ୍ୟ ଏବିଷୟରେ ସଚେତନ ଅଛନ୍ତି, ଆସନ୍ତା ଶିକ୍ଷା ବର୍ଷ ଆରମ୍ଭ ବେଳକୁ ଫି’ ନିୟନ୍ତ୍ରିତ କମିଟି ନିଶ୍ଚିତ ଭାବେ ଗଠନ କରାଯିବ।
ସରକାରୀ ବିଦ୍ୟାଳୟ ଅପେକ୍ଷା ଅଭିଭାବକମାନେ କାହିଁକି ଘରୋଇ ସ୍କୁଲରେ ନିଜ ପିଲାଙ୍କୁ ପାଠ ପଢାଇବାକୁ ଅଧିକ ଇଚ୍ଛା କରୁଛନ୍ତି?
ଉତ୍ତର: ସାଧାରଣଭାବେ ଅଭିଭାବକମାନେ ଚାହାନ୍ତି ଯେ, ସେମାନଙ୍କ ପିଲାମାନେ ପ୍ରାରମ୍ଭିକ ଶିକ୍ଷାରୁ ହିଁ ଇଂଲିଶ କହିବା ଶିଖନ୍ତୁ, ଯାହାକି ସରକାରୀ ବିଦ୍ୟାଳୟଗୁଡ଼ିକରେ ହୋଇପାରେ ନାହିଁ। ଏବେ ଆଦର୍ଶ ବିଦ୍ୟାଳୟରେ ଇଂଲିଶ ବିଷୟକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି, ଯାହାକି ଅଭିଭାବକଙ୍କୁ ଅଧିକ ଆକୃଷ୍ଟ କରିପାରୁଛି।
ମନ୍ତ୍ରୀ ହେବା ପୂର୍ବରୁ କିମ୍ବା ପରେ ସରକାରୀ ସ୍କୁଲରେ ପାଠପଢ଼ା କିପରି ଭଲ ହୋଇପାରିବ ସେ ଦିଗରେ କିଛି ସ୍ବତନ୍ତ୍ର କରିବାକୁ ଚିନ୍ତା କରିଛନ୍ତି?
ଉତ୍ତର: ଗଣଶିକ୍ଷା ବିଭାଗର ମନ୍ତ୍ରୀ ପଦ ପାଇବା ପରେ ବିଭିନ୍ନ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଛି। ସେଠାରେ ଅନୁଭବ କରିଛି ଯେ, ସରକାରୀ ସ୍କୁଲର ପିଲାମାନେ ଗଣିତ, ବିଜ୍ଞାନ ଏବଂ ଇଂଲିଶରେ ଦୁର୍ବଳ ରହୁଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ସମୟର ଅଭାବ। ଶିକ୍ଷକମାନେ ଗୋଟିଏ ବିଷୟ ୪୫ମିନିଟ୍‌ ପାଇଁ ପଢାଉଛନ୍ତି। ସେଥିରୁ ୧୦ରୁ ୧୫ମିନିଟ୍‌ ଯିବା ଆସିବା ଆଦିରେ ସରିଯାଉଛି। ଫଳରେ ପିଲାଙ୍କୁ ପଢ଼ିବା ପାଇଁ ମାତ୍ର ଅଧଘଣ୍ଟା ମିଳୁଛି, ଯାହାକି ପର୍ଯ୍ୟାପ୍ତ ନୁହେଁ। ତେଣୁ ଏହି ବିଷୟଗୁଡ଼ିକର ସମୟକୁ ୪୫ ମିନିଟରୁ ଦେଢ଼ଘଣ୍ଟା କରିବାକୁ ଚିନ୍ତା କରାଯାଉଛି।
ଗତ ନିର୍ବାଚନରେ ପୁରୀ ଜିଲାରେ ଏକାଧିକ ଟାଣୁଆ ନେତା ହାରି ଯାଇଥିବାବେଳେ ଆପଣ ଏକ ବଡ଼ ବ୍ୟବଧାନରେ ଜିତିଛନ୍ତି, ଏହା କିପରି ସମ୍ଭବ ହେଲା?
ଉତ୍ତର: ନିର୍ବାଚନ ଏକ ପ୍ରକ୍ରିୟା। ଏଥିରେ ଜଣେ ଜିତିବ ଆଉ କିଏ ହାରିବ। ଜଣେ ହାରିଗଲେ ଯେ ଦୁର୍ବଳ ନେତା, ସେ କଥା ଭାବିବା ଭୁଲ୍‌।
ଜଗତ୍‌ସିଂହପୁର ଲୋକ ସଭା କ୍ଷେତ୍ର ମଧ୍ୟରେ ଆସୁଥିବା ସମସ୍ତ ବିଧାନସଭା ଆସନରେ ବିଜେଡି ବାଜିମାତ୍‌ କଲା, ମାତ୍ର ପୁରୀ ଲୋକ ସଭା କ୍ଷେତ୍ରର ଦୁଇଟି ଆସନ ଶାସକ ଦଳ ହରାଇଲା, ଏହା ପଛରେ କାରଣ କ’ଣ?
ଉତ୍ତର: ସର୍ଜିକାଲ ଷ୍ଟ୍ରାଇକ କଥା ଉଠିଲା ପରେ ଏହାକୁ ନେଇ ଏକ ଭିନ୍ନଧରଣର ପ୍ରଚାର ପ୍ରସାର ଆରମ୍ଭ ହେଲା। ମୋଦିଙ୍କ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଏହାକୁ ରଣକୌଶଳ ଭାବେ ଗ୍ରହଣ କରାଗଲା, ଯାହାର ଶିକାର ପୁରୀ ଜିଲାର ଦୁଇଟି ଆସନରେ ବିଜେଡିକୁ ହରାଇବାକୁ ପଡ଼ିଲା।
– ସାକ୍ଷାତ୍‌: ସୁନୀତ ମିଶ୍ର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri