Posted inଜାତୀୟ

ପିଲାଟସ୍‌ ବିମାନ କିଣାରେ ୩୩୯ କୋଟି ଦୁର୍ନୀତି: ପ୍ରତିରକ୍ଷା ଅଧିକାରୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୩ା୬: ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୦୯ରେ ୭୫ଟି ପିଲାଟସ୍‌ ପ୍ରଶିକ୍ଷଣ ବିମାନ କିଣିଥିଲା, ଯେଉଁଥିରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ଘଟଣାରେ ସିବିଆଇ ଭାରତୀୟ ବାୟୁସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର କେତେଜଣ ଅଧିକାରୀଙ୍କ ସମେତ ବିବାଦୀୟ ଅସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହିତ ସିବିଆଇ ଭଣ୍ଡାରୀଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଶନିବାର ଚଢ଼ାଉ କରିଛି। ସ୍ବିଜରଲାଣ୍ଡର ପିଲାଟସ୍‌ ଏୟାରକ୍ରାଫ୍ଟ ଲିଃକୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ଏହି ବିମାନ କିଣାରେ ୩୩୯ କୋଟି ଟଙ୍କା ଲାଞ୍ଚ କାରବାର ଅଭିଯୋଗ ହୋଇଛି।
ପାଇଁ ୨୮୯୫ କୋଟି ଟଙ୍କାରେ ୭୫ଟି ପିଲାଟସ୍‌ ବେସିକ୍‌ ଟ୍ରେନର୍‌ ବିମାନ କିଣିବା ଲାଗି ୨୦୦୯ରେ ସ୍ବିଜରଲାଣ୍ଡ କମ୍ପାନୀ ସହ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ସିବିଆଇ ତିନିବର୍ଷ ଧରି ତଦନ୍ତ ଚଳାଇବା ପରେ ଦୁର୍ନୀତି ଅଭିଯୋଗର ସତ୍ୟତା ଥିବା ଜାଣିବାକୁ ପାଇଛି। ଅଫ୍‌ସେଟ ଇଣ୍ଡିଆ ସଲ୍ୟୁଶନ୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଭଣ୍ଡାରୀ ଏବଂ ବିମଳ ସରିନ୍‌ଙ୍କ ସହ ସୁଇସ୍‌ କମ୍ପାନୀ ଅପରାଧ ଷଡଯନ୍ତ୍ରରେ ସାମିଲ ଥିବା ସିବିଆଇ ଅଭିଯୋଗ କରିଛି। ଉକ୍ତ କମ୍ପାନୀ ୨୦୧୦ ଜୁନ୍‌ରେ ଭଣ୍ଡାରୀଙ୍କ ସହ ଅସାଧୁ ଭାବେ ସେବା ପ୍ରଦାନକାରୀ ରାଜିନାମା ସ୍ବାକ୍ଷର କରିଥିଲା, ଯାହା ପ୍ରତିରକ୍ଷା ସାମଗ୍ରୀ କିଣା ପ୍ରକ୍ରିୟା,୨୦୦୮ର ଉଲ୍ଲଂଘନ। ପ୍ରଶିକ୍ଷଣ ବିମାନ ଯୋଗାଣ ଠିକା ପାଇବା ପାଇଁ ସୁଇସ୍‌ କମ୍ପାନୀ ଏଭଳି କରିଥିବା ଅଭିଯୋଗ ହୋଇଛି। କମ୍ପାନୀ ୨୦୧୦ ଅଗଷ୍ଟ ଓ ଅକ୍ଟୋବରରେ ଦୁଇଟି କିସ୍ତିରେ ନୂଆଦିଲ୍ଲୀର ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ ଜରିଆରେ ଅଫସେଟ୍‌ ଇଣ୍ଡିଆ ସଲ୍ୟୁଶନ ପ୍ରାଇଭେଟ ଲିମିଟେଡର ଆକାଉଣ୍ଟକୁ ୧୦ ଲକ୍ଷ ସୁଇସ୍‌ ଫ୍ରାଙ୍କ୍‌ ପଠାଇଥିଲା। ଏହା ବ୍ୟତୀତ ୨୦୧୧ରୁ ୨୦୧୫ ମଧ୍ୟରେ ଭଣ୍ଡାରୀଙ୍କର ଦୁବାଇସ୍ଥିତ ଅଫସେଟ୍‌ ଇଣ୍ଡିଆ ସଲ୍ୟୁଶନ୍ସ ଏଫ୍‌ଜେଡସିକୁ ୩୫୦ କୋଟି ଟଙ୍କା ପଠାଯାଇଥିଲା। ଜାଣିଶୁଣି ଭଣ୍ଡାରୀଙ୍କ ସହ ସେବା ପ୍ରଦାନକାରୀ ଚୁକ୍ତିନାମାକୁ ଲୁଚାଇବା ଲାଗି ପିଲାଟସ୍‌ ଅସାଧୁ ତଥା ଜାଲିଆତି କରି ୨୦୧୦ ନଭେମ୍ବର ୧୨ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ପ୍ରାକ୍‌ ଠିକା ଚୁକ୍ତିନାମା ସ୍ବାକ୍ଷର କରିଥିଲା ବୋଲି ସିିବିଆଇ କହିଛି। ଭାରତ ଓ ଦୁବାଇରେ ଥିବା ଭଣ୍ଡାରୀଙ୍କ କମ୍ପାନୀକୁ ପିଲାଟସ୍‌ ଟଙ୍କା ପୈଠ କରିଥିଲେ ହେଁ ଏହାକୁ ଲୁଚାଇଥିବା ତଦନ୍ତରୁ ଜଣାପଡିଥିଲା। ତେଣୁ ବିମାନ କିଣା କାରବାରରେ ସମ୍ପୃକ୍ତ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ବାୟୁସେନା ଅଧିକାରୀଙ୍କୁ ପ୍ରଭାବିତ କରିବା ଲାଗି ଏହି ଅର୍ଥ କମିଶନି ଦିଆଯାଇଥିବା ସନ୍ଦେହ କରାଯାଉଛି। ପିଲାଟସ୍‌ ୨୦୧୨ ମେ ୨୪ରେ ୨୮୨୯.୬୩ କୋଟି ଟଙ୍କାର ଉକ୍ତ ଠିକା ପାଇଥିଲା। ଭଣ୍ଡାରୀ ଓ ତାଙ୍କ ସ୍ତ୍ରୀ ସୋନିଆ ଭଣ୍ଡାରୀଙ୍କ ନାଁରେ ଥିବା କମ୍ପାନୀ ୨୦୧୨ ଜୁନରୁ ୨୦୧୫ ମାର୍ଚ୍ଚ ମଧ୍ୟରେ ୨୫.୫ କୋଟି ଟଙ୍କା ଦୀପକ ଅଗ୍ରଓ୍ବାଲଙ୍କ ବିଭିନ୍ନ କମ୍ପାନୀ ମାଧ୍ୟମରେ ପାଇଥିଲେ। ଏହି କାରବାରରେ ଅଗ୍ରଓ୍ବାଲଙ୍କ ସହ ହିମାଂଶୁ ବର୍ମାଙ୍କ କମ୍ପାନୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri