ପିଲାଙ୍କ ସୁରକ୍ଷା ପାଇଁ ନେହୁରା ହେଲେ କ୍ୟାନସର ପୀଡ଼ିତା

କଟକ ଅଫିସ, ୧୦।୯: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ସୋମବାର ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। କର୍କଟ ରୋଗରେ ପୀଡ଼ିତ ମହିଳା ମୁନି ଖାତୁନ ନିଜ ୩ କୁନି ଛୁଆଙ୍କୁ ଆଶ୍ରୟ ଦେବା ପାଇଁ ନିବେଦନ କରୁଥିଲେ। ମୋ ୩ ପିଲାଙ୍କୁ କେହି ଜଣେ ରଖିଥାଅ। ମୋ ସ୍ବାମୀ ଜାଣିଲେ ଛୁଆମାନଙ୍କୁ ବିକିଦେବେ। ମୁଁ ଡାକ୍ତରଖାନାରେ ଭଲ ହୋଇସାରିଲେ ସେମାନଙ୍କୁ ନେଇ ଆସିବି ବୋଲି ଗୁହାରି କରୁଥିଲେ। ଏହି ଘଟଣା ଜଣାପଡ଼ିବା ପରେ ମେଡିକାଲ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ସାମାଜିକ କର୍ମୀ ଅଭିମନ୍ୟୁ ଦାସ ଖବରପାଇ ମୁନିଙ୍କ ପାଖରେ ପହଞ୍ଚତ୍ବା ସହ କର୍ତ୍ତୃପକ୍ଷଙ୍କ କାନରେ କଥା ପକାଇଥିଲେ। ପରେ ୩ ଛୁଆଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୁନି ବେସାହାରା ଭାବେ ମେଡିକାଲ ବାରଣ୍ଡାରେ ପଡ଼ିଛନ୍ତି। ତାଙ୍କୁ ଅଭାବଗ୍ରସ୍ତ ରୋଗୀ ଭାବେ ଚିହ୍ନଟ କରାଯାଇ ସରକାରୀ ସ୍ତରରେ ମିଳୁଥିବା ସମସ୍ତ ସହାୟତା ପ୍ରଦାନ କରାଯାଉ ବୋଲି ଦାବି ହୋଇଛି।
ସୂଚନାଥାଉ କି, କେନ୍ଦୁଝର ବରପଦା ଅଞ୍ଚଳର ମୁନି ବିହାର ରାଜ୍ୟ କିଷାନଗଞ୍ଜ ଅଞ୍ଚଳର ଗୁଣ ଖାତୁନଙ୍କୁ ପ୍ରେମ ବିବାହ କରିଥିଲେ। ମୁନିଙ୍କର ତିନୋଟି ଛୋଟ ପିଲା ଅଛନ୍ତି। ସେମାନଙ୍କ ମଧ୍ୟରେ ୨ ଝିଅ ଓ ଜଣେ ପୁଅ। କିଛିମାସ ତଳେ ପାରିବାରିକ କଳହ ଯୋଗୁ ମୁନିଙ୍କୁ ଗୁଣ ଘରୁ ବାହାର କରିଦେଇଥିଲେ। ଅର୍ଥ ଅଭାବରୁ ସବୁବେଳେ ଗଣ୍ଡଗୋଳ ହେଉଥିଲା ବୋଲି ମୁନି କହିଛନ୍ତି। ଏପରି କି ସ୍ବାମୀ ଗୁଣ ପିଲାମାନଙ୍କୁ ବିକିବା ପାଇଁ ଚେଷ୍ଟା କରୁଥିଲେ ବୋଲି ସେ ଅଭିଯୋଗ ଉଠାଇଛନ୍ତି। ତିନି ପିଲାଙ୍କୁ ଧରି ଓଡ଼ିଶା ଆସି କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ମୁନି ଘରଭଡ଼ା ନେଇ ରହୁଥିଲେ। କିଛିଦିନ ତଳେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ସେ ପରୀକ୍ଷା କରିବାରୁ ଜାଣିବାକୁ ପାଇଥିଲେ ଯେ ତାଙ୍କୁ କ୍ୟାନସର ହୋଇଛି। ତିନିଦିନ ହେବ ସେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ନିଜେ ରୋଗାଗ୍ରସ୍ତ ହୋଇ ଅସହ୍ୟ ଯନ୍ତ୍ରଣା ସହୁଥିବା ବେଳେ ୩ ପିଲାଙ୍କ ଦେଖାଶୁଣା କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି। ମୁନି ନିଜ ପିଲାମାନଙ୍କୁ ନେଇ ପାଖରେ ରଖିବା ପାଇଁ କେତେଜଣ ରୋଗୀ ସମ୍ପର୍କୀୟଙ୍କ ଗୋଡ଼ ଧରୁଥିବା ଭଳି କରୁଣ ଚିତ୍ର ଦେଖିବାକୁ ମିଳିଥିଲା। ଅଭିମନ୍ୟୁ ମୁନିଙ୍କୁ ଭେଟିବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ପରେ ଜିଲା ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତାଙ୍କୁ ଡକା ଯାଇଥିଲା। ଚୌଦ୍ୱାରସ୍ଥିତ ଏକ ଆଶ୍ରମରେ ମୁନିଙ୍କର ୩ ପିଲାଙ୍କୁ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri