Posted inପୁରୀ

ପିପିଲିରେ ଦି୍ବତୀୟ କରୋନା ସଂକ୍ରମିତ ଚିହ୍ନଟ

ପିପିଲି,୧୮।୫(ଡି.ଏନ୍‌.ଏ.): ପିପିଲିରେ ଦ୍ୱିତୀୟ କରୋନା ସଂକ୍ରମିତ ରବିବାର ରାତିରେ ଚିହ୍ନଟ ହୋଇଛନ୍ତି। ସେ ବୀରପୁରୁଷୋତ୍ତମପୁର ପଞ୍ଚାୟତ ଅଞ୍ଚଳର ୨୨ବର୍ଷ ଯୁବକ ହୋଇଥିବାବେଳେ ନିକଟରେ ତାମିଲନାଡୁରୁ ଆସିଥିଲେ। ମେ ୧୩ତାରିଖରେ ସେ ଓ ତାଙ୍କର ଜଣେ ସାଥୀ ସେଠାରୁ ଏକ ବସ ଯୋଗେ ଆସି କୌଶଲ୍ୟାଗଙ୍ଗସ୍ଥିତ ଜିଲା ସ୍କ୍ରିନିଂ ସେଣ୍ଟରରେ ପହଞ୍ଚତ୍ଥିଲେ। ସେଠାରେ ପ୍ରାଥମିକ ଯାଞ୍ଚ ପରେ ତାଙ୍କୁ ମଙ୍ଗଳପୁର ପଞ୍ଚାୟତର ଏକ ସ୍କୁଲରେ ଖୋଲାଯାଇଥିବା ସରକାରୀ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେଠାରେ ସେ ଅସୁସ୍ଥ ହେବାରୁ ଗତ ଶୁକ୍ରବାର ତାଙ୍କର ସ୍ବାବ ପରୀକ୍ଷା ହୋଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବାରେ ରବିବାର ବିଳମ୍ବିତ ରାତିରେ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ତାଙ୍କୁ କୋଭିଡ୍‌ ହସ୍ପିିଟାଲ ନେଇଛି। ଏହି ସେଣ୍ଟରରୁ ସଂକ୍ରମିତ ଚିହ୍ନଟ ହେବା ପରେ ଅନ୍ୟ ଅନ୍ତେବାସୀମାନେ ଚିନ୍ତିତ ହୋଇପଡିଛନ୍ତି। ସୋମବାର ଏହି ସେଣ୍ଟରକୁ ସାନିଟାଇଜ କରାଯାଇଛି। ସୂଚନାଯୋଗ୍ୟ, ଗତ ମାସରେ ପିପିଲି ବ୍ଲକର ତଥା ପୁରୀ ଜିଲାର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେ ହାଟସାହି ପଞ୍ଚାୟତର ଦାନଗହୀର ଗ୍ରାମର ହୋଇଥିବାବେଳେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri