ପିତବାସପୁରରେ ବହପୁଛେ କିଡ଼୍‌ନୀ ରୋଗ୍‌: ଚେତି ଶୁଇଛେ ସୁଆସ୍‌ତିଅ ବିଭାଗ

କୋକସରା, ୮ା୭( ଡି.ଏନ୍‌.ଏ):  କୋକସରା ବ୍ଲକ ଲଡ଼ୁଗାଁ ପଁଚେତ୍‌ ପିତବାସପୁର ଗାଁରେ କିଡ଼୍‌ନୀ ରୋଗ୍‌ ବହପିବାରେ ଲାଗିଛେ। ଇ ରୋଗ୍‌ରେ ବଛ୍‌ରେ ଭିତରେ ଝନ୍‌କର ମୁରତୁ ହେଇଥିଲାବେଲେ କଟକ ବଡ଼ ମେଡିକାଲରେ ଝନେ ମୁରତୁ ସଂଗେ ଯୁଝୁଛନ୍‌। ସେନ୍‌ତା ୧୦ରୁ ଅଧ୍‌କା ରୁଗୀ ଜିଲାର ଭିନେ ଭିନେ ଡାକ୍‌ତରଖାନାରେ ଚିକିତ୍ସିତ ହେଇ ନିରାଶ ହେଲାରୁ ବିଶାଖାପାଟଣା ଯାଇ ପରୀକ୍ଷା ନିରୀକ୍ଷା କରି ଏଭେ ଗାଁକେ ଫିରିଛନ୍‌। ସେମାନେ ସଭେ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଡାକ୍‌ତର କହିଥିବାର ରୁଗୀମାନେ କହିଛନ୍‌।
ସୂଚନା ଅନ୍‌ସାରେ ଲଡ଼ୁଗାଁ ପଁଚେତ୍‌ ପିତବାସପୁର ଗାଁର ରଏନୁ ନିଆଲ(୬୦) ଗଲା ୬ ମାସ ତଲେ କିଡ଼୍‌ନୀ ରୋଗ୍‌ରେ ମରିଥିବାର ଅଭିଯୋଗ ହେଇଛେ। ସେନ୍‌ତା ଭାଗିରଥି ନିଆଲ(୫୮) କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ହେଇ ଏହେଦେ କଟକ ବଡ଼ ଡାକ୍‌ତରଖାନାରେ ଚିକିତ୍ସିତ ହେଉଛନ୍‌। ଗାଁର ଜଗଦିଶ ନିଆଲକଁର ମାଏକିନା ହୀରାମଣି ନିଆଲ(୪୮) ବଛ୍‌ରେ ହେଲା ଦିହିପା ଖରାପ ହେଲାରୁ ଚିକିତ୍ସିତ ହେଉଥିଲେ। ହେଲେ ରୋଗ୍‌ ଧରା ନାଇଁପଡ଼ଲାରୁ ସେ ବିଶାଖାପାଟଣାର ଗୁଟେ ଘରୋଇ ଡାକ୍‌ତରଖାନାରେ ପରୀକ୍ଷା ନିରୀକ୍ଷା କଲାରୁ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ସେନ୍‌ତା ଗଁାର ଯଦୁ ନିଆଲ(୬୫), ବୁଧ ନିଆଲ(୬୫), ଫଗନୁ ନିଆଲ(୫୮), ଭାନୁମତି ନିଆଲ(୫୦), ଉର୍ବଶୀ ନିଆଲ(୩୭), ରସିକ ନିଆଲ(୪୦), ଶନ୍ଦର ନିଆଲ(୫୦), ପୁରୁଷୋତ୍ତମ ନିଆଲ(୩୩), ପୂର୍ଣ୍ଣମୀ ନିଆଲ(୪୫) ପରମୁଖ ଲଡ଼ୁଗାଁ ଆର ଜିଲାର ଭିନେ ଭିନେ ଡାକ୍‌ତରଖାନାରେ ଚିକିତ୍ସିତ ହେଇ ନିରାଶ ହେଇଥିଲେ। ଶେଷେ ଇମାନେ ସଭେ ବିଶାଖାପାଟଣା ଯାଇ ସେଠାନେ ପରୀକ୍ଷା କଲାରୁ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଜାନବାକେ ପାଇଥିଲେ। ଏହେଦେ ଦିନୁଦିନ୍‌କେ ଗାଁରେ କିଡ଼୍‌ନୀ ରୁଗୀକର ସଂଖ୍ୟା ବଢ଼ବାରେ ଲାଗିଥିଲାବେଲେ ଗାଁରେ ଗୁଟେ ଭଏର ବାତାବରନ୍‌ ସୁରୁଷ୍‌ଟି ହେଇଛେ। ହେଲେ କାଇଁଥିର ଲାଗି ଗାଁରେ ଇ ରୋଗ୍‌ ବହପୁଛେ କେହି ଜାନି ନାଇଁପାରବାର। ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗ ଇ ଦିଗେ ଦୁରୁଷ୍‌ଟି ଦେଇ ରୋଗ୍‌ର ନିରାକରନ୍‌ ଦିଗେ ପଦକ୍ଷେପ ନେବାକେ ଗାଁବାସୀ ଦାବି କରିଛନ୍‌। ଇ ବାବ୍‌ଦେ କଳାହାଣ୍ଡି ଜିଲା ମୁଖିଆ ଚିକିତ୍ସା ଅଧ୍‌କାରୀ ବନଲତା ଦେବୀକୁଁ ପଚରାଲାରୁ ଘଟନାର ତଦଁତ୍‌ କଲେ କାରନ୍‌ ଜନାପଡ଼ବା। ପରୀକ୍ଷା ନିରୀକ୍ଷା ଲାଗି ବହୁତ୍‌ ଜଲଦି ଗାଁକେ ଗୁଟେ ଡାକ୍‌ତରି ଦଲ ପଠାଯିବା। ଗାଁରେ ଥିବାର ନଲ୍‌ଚୁଆଁମାନକର ପାଏନ୍‌ ପରୀକ୍ଷା କରବାର ସଂଗେ ରୁଗୀମାନକର ଦିହିପା ପରୀକ୍ଷା କରାଯିବା। ତା’ପରେ ଆଗ୍‌କେ କାଣା ପଦକ୍ଷେପ ନିଆଯିବା ସେ ଉପରେ ଚିନ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...

ପୁଣି ବ୍ରାଉନସୁଗାର ଜବତ: ୩ ମହିଳାଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ମଙ୍ଗଳବାର ପୁଣି ଜବତ ହୋଇଛି ବ୍ରାଉନସୁଗାର। ପୋଲିସ ସୁନାପାଲିର ମହମ୍ମଦ ସୋହେଲ ଓ ମହମ୍ମଦ ନୁମାଲଙ୍କ ଅଟକ ରଖି ପଚରାଉଚରା କରୁଛି।...

ଜଙ୍ଗଲରେ ପଡିଛି ଦନ୍ତା ହାତୀର ମୃତଦେହ

ରେଢ଼ାଖୋଲ,୧୮।୧୧: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ଦନ୍ତା ହାତୀର ବୟସ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri